ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷଠାରୁ ବନ୍ଦ ହେବାକୁ ଯାଉଛି ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍। କେତେକ ନିର୍ଦ୍ଦିଷ୍ଟ ଫୋନରେ ଆସନ୍ତା ଜାନୁଆରୀ ୧ରୁ ହ୍ୱାଟ୍ସଆପ୍ ବନ୍ଦ ହେବା ନେଇ କମ୍ପାନି ସୂଚନା ଦେଇଛି। ଏହି ଫୋନଗୁଡ଼ିକ ମଧ୍ୟରେ ଆଣ୍ଡ୍ରଏଡ୍ ଓ ଆଇଫୋନ୍ ସାମିଲ ଅଛି। ପୁରୁଣା ଭର୍ସନର ସପ୍ଟଓ୍ୱେର ବିଶିଷ୍ଟ ଫୋନରେ  ଏହି ଆପ୍ କାମ କରିବ ନାହିଁ ବୋଲି ଜଣାପଡ଼ିଛି।କେଉଁ ଆଇଫୋନରେ ଚାଲିବନି ହ୍ୱାଟ୍ସଆପ୍?

  • iOS 9 ଅପରେଟିଂ ସିଷ୍ଟମଠାରୁ ପୁରୁଣା ଭର୍ସନର ସ୍ମାର୍ଟଫୋନରେ ଜାନୁଆରି ପହିଲାରୁ ହ୍ୱାଟ୍ସଆପ୍ ଚାଲିବ ନାହିଁ।
  • iPhone 4 କିମ୍ବା ଏହାଠୁ ପୁରୁଣା ଆଇଫୋନରେ ବି ହ୍ୱାଟ୍ସଆପ୍ ସପୋର୍ଟ ବନ୍ଦ ହୋଇପାରେ।
  • ତେବେ ଏହାର ପରବର୍ତ୍ତୀ ଭର୍ସନ ଅର୍ଥାତ୍ iPhone 4S, iPhone 5, iPhone 5S, iPhone 6, iPhone 6Sରେ ଯଦି ପୁରୁଣା ସପ୍ଟଓ୍ୱେର ଥିବ ତେବେ ସେଗୁଡ଼ିକୁ iOS 9ରୁ ଅପଡେଟ୍ କରାଯାଇପାରିବ।

କେଉଁ ଆଣ୍ଡ୍ରଏଡ୍ ଫୋନରେ ଚାଲିବନି ହ୍ୱାଟ୍ସଆପ୍?

  • ଆଣ୍ଡ୍ରଏଡ୍ 4.0.3 ଅପରେଟିଂ ସିଷ୍ଟମଠାରୁ ପୁରୁଣା ସ୍ମାର୍ଟଫୋନରେ ହ୍ୱାଟ୍ସଆପ୍ ଚାଲିବ ନାହିଁ।
  • HTC Desire, LG Optimus Black, Motorola Droid Razr, Samsung Galaxy S2 ପରି ମଡେଲରେ ହ୍ୱାଟ୍ସଆପ୍ ବନ୍ଦ ହୋଇଯିବ।

ତୁରନ୍ତ ଫୋନ୍ ଅପଡେଟ୍ କରନ୍ତୁ

ଯଦି ଆପଣ ପୁରୁଣା ଭର୍ସନର ଆଇଫୋନ କିମ୍ବା ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରୁଛନ୍ତି ତେବେ ତୁରନ୍ତ ସେଗୁଡ଼ିକୁ ଅପଡେଟ୍ କରିନିଅନ୍ତୁ। ଯଦି ଆପଣଙ୍କ ଫୋନରେ ଅପଡେଟ୍ କରିବା ପାଇଁ ସୁବିଧା ନାହିଁ ତେବେ ଆପଣଙ୍କୁ ନୂଆ ସ୍ମାର୍ଟଫୋନ୍ କିଣିବାକୁ ପଡ଼ିବ।

Comment