ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ ଦୁଇ ଦିନ ହେବ ରାଜ୍ୟରେ ଶୀତର ପରିମାଣ ବଢ଼ିଛି। ଏଭଳି ସ୍ଥିତିରେ ଆଗକୁ ଆହୁରି ଶୀତ ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ଅନ୍ୟପଟେ ରାଜ୍ୟର ୧୦ଟି ସହରର ତାପମାତ୍ରା ୧୩ ଡିଗ୍ରୀ ତଳେ ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହାରି ସହିତ ଝାରସୁଗୁଡ଼ା ଓଡ଼ିଶାର ସବୁଠୁ ଥଣ୍ଡା ସହର ପାଲଟିଛି। ସେହିପରି ଫୁଲବାଣୀରେ ୯.୫ ଡିଗ୍ରୀ, ଅନୁଗୁଳରେ ୧୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ, ବାରିପଦାରେ ୧୦.୫ ଡିଗ୍ରୀ, କୋରାପୁଟରେ ୧୧ ଡିଗ୍ରୀ, କେନ୍ଦୁଝରରେ ୧୧.୭ ଡିଗ୍ରୀ, ସୁନ୍ଦରଗଡ଼ରେ ୧୨ ଡିଗ୍ରୀ, ବଲାଙ୍ଗୀରରେ ୧୨.୪ ଡିଗ୍ରୀ ଓ ବୌଦ୍ଧରେ ୧୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଅନ୍ୟପଟେ ଟ୍ୱିନ ସିଟିରେ ମଧ୍ୟ ଶୀତ ବଢ଼ିଛି। କଟକରେ ୧୩.୮ ଡିଗ୍ରୀ ଓ ଭୁବନେଶ୍ୱରରେ ୧୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆସନ୍ତା ତିନି ଦିନ ଭିତରେ ରାଜ୍ୟର ବିଭିନ୍ନ ଜିଲ୍ଲାର ତାପମାତ୍ରା ୩ରୁ ୫ ଡିଗ୍ରୀ କମିବ। ପରବର୍ତ୍ତୀ ତିନି ଦିନ ଯାଏଁ ଏହି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Comment