ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୮ ମାସ ପରେ ଖୋଲିବ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣି ମନ୍ଦିର। ଡିସେମ୍ବର ୨୮  ଓ ୨୯ରେ ପ୍ରଥମେ କେବଳ ସେବାୟତ ଓ ତାଙ୍କ ପରିବାରକୁ ସୁଯୋଗ ମିଳିବ। ଏହାପରେ ୩୦ ଓ ୩୧ ତାରିଖରେ ଆରଡ଼ି ଅଞ୍ଚଳରୁ ମନ୍ଦିରରେ ପ୍ରବେଶ ନେଇ ଅନୁମତି ମଳିବ।

ନୂଆ ବର୍ଷ ଭିଡ଼ ପାଇଁ ଜାନୁଆରି ୧ ତାରିଖ ଓ ୨ ତାରିଖରେ ମନ୍ଦିର ବନ୍ଦ ରହିବ। ପୁଣି ୩ରୁ ମନ୍ଦିର ଖୋଲିଲେ ସର୍ବସାଧାରଣ ଲୋକଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବ। ଏନେଇ ଭଦ୍ରକ ଜିଲ୍ଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି।

ଲୋକେ କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବେ ସେଥିପାଇଁ ଶୀଘ୍ର ଉପ ଜିଲ୍ଲାପାଳ ଓ ମନ୍ଦିର ପରିଚାଳନା ମୁଖ୍ୟ ଗାଇଡଲାଇନ ଜାରି କରିବେ ବୋଲି କୁହାଯାଇଛି।

Comment