ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କିଛି ଦିନ ହେବ ହାଡ଼ଭଙ୍ଗା ଶୀତ ଜାରି ରହିଛି। ବିଭିନ୍ନ ଜିଲ୍ଲାରେ ଶୀତର ପ୍ରକୋପ ବଢ଼ିଥିବା ବେଳେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ଏହି କ୍ରମରେ ରାଜ୍ୟର ୧୨ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏଥିସହ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ସେହିପରି ଦାରିଙ୍ଗବାଡ଼ିରେ ୫.୫ ଡିଗ୍ରୀ, ଅନୁଗୁଳରେ ୬ ଡିଗ୍ରୀ, କୋରାପୁଟରେ ୬.୬ ଡିଗ୍ରୀ, ଝାରସୁଗୁଡ଼ାରେ ୭.୫ ଡିଗ୍ରୀ, ଭବାନୀପାଟଣାରେ ୭.୨ ଡିଗ୍ରୀ, ବାରିପଦାରେ ୮.୫ ଡିଗ୍ରୀ, ବଲାଙ୍ଗିରରେ ୮.୮ ଡିଗ୍ରୀ, ଟିଟଲାଗଡ଼ରେ ୯ ଜଣ, ସୋନପୁରରେ ୯.୨ ଡିଗ୍ରୀ, କେନ୍ଦୁଝରରେ ୯.୩ ଡିଗ୍ରୀ ଓ ବୌଦ୍ଧରେ ୯.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଅନ୍ୟପଟେ ଟ୍ୱିନ ସିଟିରେ ମଧ୍ୟ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। କଟକରେ ୧୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୧୧.୭ ଡିଗ୍ରୀ ରେକର୍ଡ ହୋଇଛି।

Comment