ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୮ରେ ରିଲିଜ ହେବ ବହୁ ପ୍ରତୀକ୍ଷିତ ଆକ୍ସନ ଥ୍ରିଲର ଫିଲ୍ମ କେଜିଏଫ୍ ଚାପ୍ଟର ୨ର ଟ୍ରେଲର। ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍ ସୋମବାର ଏବାବଦରେ ଏକ ଟୁଇଟ କରି ସୂଚନା ଦେଇଛନ୍ତି।

ଜାନୁଆରି ୮ ତାରିଖ ସକାଳ ୧୦ଟା ୧୮ରେ ଟ୍ରେଲର ରିଲିଜ ହେବ ବୋଲି ନିଲ୍‌ କହିଛନ୍ତି। କରୋନା ପାଇଁ ଫିଲ୍ମର ସୁଟିଂ ବନ୍ଦ ଥିଲା। ତେବେ ରବିବାର ହାଇଦ୍ରାବାଦରେ ପୁଣି ଏହାର ସୁଟିଂ ଆରମ୍ଭ କରାଯାଇଛି।

କେଜିଏଫ୍ ଚାପ୍ଟର ୧ ପରି ଚାପ୍ଟର ୨ରେ ମଧ୍ୟ ଆକ୍ସନ ସୁପରଷ୍ଟାର ୟଶ୍‌ଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ। କିନ୍ତୁ ଦ୍ଵିତୀୟ ଭାଗରେ ଆକ୍ସନର ଆହୁରି ଦମ୍‌ଦାର ରଙ୍ଗ ଭରିବାକୁ ଏହି ଫିଲ୍ମରେ ସଞ୍ଜୁ ବାବା ଓରଫ୍ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ମିଳିବ। ସଞ୍ଜୟ ଦତ୍ତ ଏହି ଫିଲ୍ମରେ ମୁଖ୍ୟ ଭିଲେନ୍ ଚରିତ୍ରରେ ନଜର ଆସିବେ। ଏଥିସହିତ ଫିଲ୍ମର ଅନ୍ୟ ଚରିତ୍ରଗୁଡ଼ିକରେ ପ୍ରକାଶ ରାଜ, ରବିନା ଟଣ୍ଡନଙ୍କୁ ଦେଖିବାକୁ ମିଳିବ।

Comment