ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରିଟେନରେ କରୋନା ଭାଇରସର ନୂଆ ରୂପକୁ ନେଇ ଏବେ ଚାରିଆଡ଼େ ଚିନ୍ତା ଦେଖାଦେଇଛି। ସଂକ୍ରମଣ ବଢୁଥିବାରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ସେଠାରେ ପୁଣିଥରେ ଲକଡାଉନ୍ ମଧ୍ୟ ଜାରି କରିସାରିଲେଣି। ଏଭଳି ସ୍ଥିତି ଭାରତ ମଧ୍ୟ ବ୍ରିଟେନରୁ ଭାରତ ବିମାନ ଉଡ଼ାଣକୁ ବାତିଲ କରିଛି।

ତେବେ ସୋମବାର ଓ ମଙ୍ଗଳବାର ବ୍ରିଟେନରୁ ଭାରତ ଆସିଥିବା ଯାତ୍ରୀମାନଙ୍କ ଭିତରୁ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି।ସୋମବାର ଦ୍ୱିପହର ସମୟରେ ରାଜଧାନୀ ଦିଲ୍ଲୀରେ ଏୟାର ଇଣ୍ଡିଆର ଗୋଟିଏ ଫ୍ଲାଇଟ୍ ଆସି ପହଞ୍ଚିଥିଲା। ଏହାପରେ ସେଥିରେ ଥିବା ସବୁ ଯାତ୍ରୀଙ୍କର କରୋନା ଟେଷ୍ଟ ହୋଇଥିଲା। ସେମାନଙ୍କ ଭିତରୁ ୬ ଜଣ ପଜିଟିଭ୍ ଥିବା ଜଣାପଡ଼ିଛି।

ତା’ ସହ ବ୍ରିଟେନରୁ କୋଲକାତା ଆସିଥିବା ଏକ ବିମାନର ୨ ଜଣ ଯାତ୍ରୀଙ୍କର ମଧ୍ୟ କରୋନା ଟେଷ୍ଟ ପଜିଟିଭ୍ ଆସିଛି। ଅନ୍ୟ ଯାତ୍ରୀମାନଙ୍କର କୋଭିଡ୍ ଟେଷ୍ଟ ଚାଲିଥିବାବେଳେ ଆହୁରି ଅଧିକ ପଜିଟିଭ୍ କେସ ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ, ବ୍ରିଟେନରେ ଗତ କିଛି ଦିନ ହେଲା ନୂଆ ରୂପରେ କରୋନା ଭାଇରସ୍ ଦେଖିବାକୁ ମିଳିଛି। ଯାହାକି ପୂର୍ବ ତୁଳନାରେ ଅଧିକ ଜୋରରେ ସଂକ୍ରମିତ ହେଉଛି। ଏହି କାରଣରୁ ଭାରତ ମଧ୍ୟ ବ୍ରିଟେନରୁ ବିମାନ ଉଡ଼ାଣକୁ ବାତିଲ କରିଛି।

Comment