ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭୂତାଣୁର ନୂଆ ରୂପକୁ ନେଇ ଦେଶରେ ଆତଙ୍କ ଦେଖାଯାଇଛି। ଏଥିପାଇଁ ବିଭିନ୍ନ ରାଜ୍ୟ ସତର୍କତା ଅବଲମ୍ବନ କରିରିବା ଆରମ୍ଭ କଲେଣି। ମହାରାଷ୍ଟ୍ର ପରେ କର୍ଣ୍ଣାଟକ ସରକାର ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି କର୍ଫ୍ୟୁ ବୁଧବାରଠାରୁ ଜାନୁଆରି ୨ ତାରିଖ ଯାଏଁ ଜାରି ରହିବ। ଏହି ତାରିଖ ମଧ୍ୟରେ ରାତି ୧୦ରୁ ସକାଳ ୬ ଭିତରେ କୌଣସି ଯାତାୟତ ହେବ ନାହିଁ।

ରାଜ୍ୟବାସୀ ସରକାରଙ୍କ ଏହି ନିଷ୍ପତ୍ତିରେ ସହଯୋଗ କରନ୍ତୁ ଓ ସମର୍ଥନ କରି ଘରେ ରହନ୍ତୁ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଅନୁରୋଧ କରିଛନ୍ତି।

ସେହିପରି କରୋନା ଭାଇରସ ନୂଆ ଷ୍ଟ୍ରେନ ଆସିଥିବାରୁ ଏବେ ସମସ୍ତଙ୍କୁ ଆହୁରି ସତର୍କ ରହିବାକୁ ପଡ଼ିବ ବୋଲି କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ କେ ସୁଧାକାର କହିଛନ୍ତି।

ଯିଏ ବାହାର ଦେଶରୁ ଆସିବ ତାକୁ ଏୟାରପୋର୍ଟରେ ହିଁ ଯାଞ୍ଚ କରାଯିବ। ବ୍ରିଟେନ, ଡେନମାର୍କ ଓ ନେଦରଲାଣ୍ଡରୁ ଆସୁଥିବା ଯାତ୍ରୀଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରିଛନ୍ତି କର୍ଣ୍ଣାଟକ ସରକାର। ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ନାଇଟ କର୍ଫ୍ୟୁ ଘୋଷଣା କରିଥିଲେ। ଡିସେମ୍ବର ୨୨ରୁ ଜାନୁଆରି ୫ ଯାଏ ରାତି କର୍ଫ୍ୟୁ ଜାରିବ ରହିବ ବୋଲି କୁହାଯାଇଥିଲା।

Comment