ଓଡ଼ିଶାଲାଇଭ୍ ବ୍ୟୁରୋnorth odisha university

ବାରିପଦାସ୍ଥିତ ଉତ୍ତର ଓଡ଼ିଶା ମହାବିଦ୍ୟାଳୟର ନାଁ ପରିବର୍ତ୍ତନ ହୋଇଛି। ମୟୂରଭଞ୍ଜର ପୂର୍ବତନ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ଏହାକୁ ନାମିତ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ନାଁ ବଦଳିବା ସହିତ ବିଶ୍ୱବିଦ୍ୟାଳୟ ପାଠାଗାରର ଉନ୍ନତି ପାଇଁ ସରକାର ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଓଡ଼ିଶାର ବିକାଶରେ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ବିଶେଷ ଅବଦାନ ରହିଛି। ଅନ୍ୟପଟେ ଚଳିତବର୍ଷ ଓଡ଼ିଶା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ ତମ ଜୟନ୍ତୀ ପାଳନ କରିଛି। ତେଣୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରାଯାଇଛି। ପୂର୍ବରୁ ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ଦଳର ସଭାପତି ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ପାରିତ କରିଥିଲେ।

Comment