ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଗତ କିଛି ଦିନ ହେବ ତୀବ୍ର ଶୀତ ଲହରୀ ଜାରି ରହିଛି। ପ୍ରବଳ ଥଣ୍ଡା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଦିନ ଅପେକ୍ଷା ରାତିର ତାପମାତ୍ରା ଯଥେଷ୍ଟ ହ୍ରାସ ପାଉଥିବାରୁ ବାହାରକୁ ବାହାରିବା ଏକପ୍ରକାର ଅସମ୍ଭବ ହୋଇପଡ଼ୁଛି। ଏଭଳି ସ୍ଥିତିରେ ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଫୁଲବାଣୀରେ ସର୍ବନିମ୍ନ ୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ତେଣୁ ଏହା ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି। ସେହିପରି ଅନୁଗୁଳରେ ୬ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୮ ଡିଗ୍ରୀ, ଭବାନୀପାଟଣାରେ ୮.୨ ଡିଗ୍ରୀ, କୋରାପୁଟରେ ୮.୬ ଡିଗ୍ରୀ, ଝାରସୁଗୁଡ଼ାରେ ୮.୮ ଡିଗ୍ରୀ, ସୁନ୍ଦରଗଡ଼, ବଲାଙ୍ଗୀର ଓ ବୌଦ୍ଧରେ ୯.୫ ଡିଗ୍ରୀ, ସୋନପୁରରେ ୯.୮ ଡିଗ୍ରୀ ଓ କେନ୍ଦୁଝରରେ ୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଟ୍ୱିନ୍ ସିଟିରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି। ପାଣିପାଗ ବିଭାଗ ଅନୁଯାୟୀ କଟକରେ ୧୨ ଡିଗ୍ରୀ ଓ ଭୁବନେଶ୍ୱରରେ ୧୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Comment