ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପ୍ରଯୋଜନା କ୍ଷେତ୍ରରେ ପ୍ରଥମ କରି ପାଦ ରଖିଛି ଯଶସ୍ୱୀ ଫିଲ୍ମସ। ବିଡିଏ ସ୍ଥିତ ସାଇ ମନ୍ଦିରରେ ଯଶସ୍ୱୀ ଫିଲ୍ମସର ପ୍ରଥମ ଅବଦାନ ‘ନବ ମାସ’ର ମହୁରତ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଫିଲ୍ମରେ ନାୟକ ଭୂମିକାରେ ଉଦୟନ ଅପରାଜିତ (ୟୁଡି) ଅଭିନୟ କରୁଛନ୍ତି। ୟୁଡି ଉଭୟ ଓଡ଼ିଆ ଏବଂ କନ୍ନଡ଼ ଫିଲ୍ମରେ ଅଭିନୟ କରି ସଫଳତା ହାସଲ କରିବା ସହ ସେ ନିଜକୁ ଜଣେ ଆଗଧାଡିର ଅଭିନେତା ଭାବେ ପ୍ରତିଷ୍ଠିତ କରାଇ ପାରିଛନ୍ତି। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ। ଟେଲିଭିଜନ ଦୁନିଆରେ ପରିଚିତ ପ୍ରିୟଙ୍କା ପ୍ରଥମ ଥର ପାଇଁ ବଡ ପରଦାରେ ଏଣ୍ଟ୍ରି ନବାକୁ ଯାଉଛନ୍ତି।

ସବୁଠୁ ଖାସ କଥା ଏହି ଫିଲ୍ମ କନ୍ନଡ଼ ଏବଂ ଓଡ଼ିଆ ଭାଷାରେ ରିଲିଜ ହେବ।  ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ଏନଡି. ଉଦୟ। ସେହିପରି ସଂଳାପ ରଚନା କରିଛନ୍ତି ଏନଡି. ଉଦୟ ଓ ସାଇ କେ. ରାମୁ।  ସିନେମାଟୋଗ୍ରାଫିରେ ଶୁଭ ସଂକେତ ମହାପାତ୍ର ଥିବା ବେଳେ ସଙ୍ଗୀତ ଦେଇଛନ୍ତି ଜି. ଜି ହଷ୍ଟିଙ୍ଗସ।

ପାରମ୍ପରିକ ବନାମ ଅତ୍ୟାଧୁନିକ ଜୀବନଶୈଳୀର ଏକ ସୁନ୍ଦର  ରୂପାନ୍ତରିତ ଚିତ୍ର ସାଙ୍ଗକୁ  ସ୍ୱାମୀ, ସ୍ତ୍ରୀ ଏବଂ ଜେଜେମାଙ୍କ ଭିତରେ ଥିବା ଇମୋସନାଲ ଡ୍ରାମା ଦର୍ଶକଙ୍କୁ ମନୋରଞ୍ଜନର ଏକ ଭିନ୍ନ ଅନୁଭୂତି ଆଣିଦେବ ଏହି ଫିଲ୍ମ। ଜାନୁଆରି ପହିଲାରୁ  ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ।

Comment