ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଚାଷୀ ଆନ୍ଦୋଳନକୁ ବିତିଲାଣି ମାସେ
  • ଚାଷୀଙ୍କୁ ବୈଠକ ପାଇଁ ଡାକିଲେ ସରକାର
  • ହୋଇପାରେ ସମାଧାନ

ଡିସେମ୍ବର ୩୦ରେ ପୁଣି ଥରେ ଆଲୋଚନା ପାଇଁ ଚାଷୀଙ୍କୁ ଡାକିଛନ୍ତି କେନ୍ଦ୍ର ସରକାର। ଦିନ ୨ଟା ବେଳେ ଦିଲ୍ଲୀ ବିଜ୍ଞାନ ଭବନରେ ଚାଷୀ ଓ ସରକାରଙ୍କ ଭିତରେ ଆଲୋଚନା ହେବ। ଏନେଇ କେନ୍ଦ୍ର କୃଷି ସଚିବ ସଞ୍ଜୟ ଅଗ୍ରଓ୍ୱାଲ ଚିଠି ଲେଖି ଆନ୍ଦୋଳନରତ ଚାଷୀଙ୍କୁ ଜଣାଇଛନ୍ତି।

ପୂର୍ବରୁ ୨୯ ତାରିଖରେ ଆଲୋଚନା ପାଇଁ କୃଷକ ସଙ୍ଗଠନ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ତେବେ ୩୦ରେ ହେବାକୁ ଥିବା ବୈଠକ ପରେ ମାସେ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀଙ୍କ ସମସ୍ୟାର ସମାଧାନ ହୋଇପାରେ ବୋଲି ଅନୁମାନ ଲଗାଯାଉଛି।

ଏହାରି ମଧ୍ୟରେ କୃଷି ଆଇନ ବିରୋଧ ଆନ୍ଦୋଳନକୁ ଗୋଟିଏ ମାସ ବିତିଯାଇଛି। ମାସକ ଭିତରେ ଏକାଧିକ ବାର ଚାଷୀ ଓ ସରକାରଙ୍କ ଆଲୋଚନା ହୋଇ ସାରିଛି। ଏହି ଆଇନରେ କିଛି ସଂଶୋଧନ କରିବାକୁ ସରକାର ରାଜି ହୋଇଥିବାବେଳେ କୃଷକମାନେ ତିନୋଟି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଉ ବୋଲି ଜିଦରେ ଅଟଳ ଅଛନ୍ତି।

Comment