ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସୁସ୍ଥ। ଭାଷଣ ଦେଉ ଦେଉ ରାସ୍ତା ମଝିରେ ହଠାତ ସେ ଅସୁସ୍ଥ ହୋଇପଡ଼ିଛନ୍ତି। ଏବେ କର୍ମୀମାନେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି।

ଆଜି କଂଗ୍ରେସର ୧୩୭ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ଦଳୀୟ କାର୍ଯ୍ୟାଳୟରୁ ସିବିଆଇ ଅଫିସ ଯାଏଁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି ସମୟରେ ଜିପ୍‌ ଉପରେ ଛିଢ଼ା ହୋଇ ଭାଷଣ ଦେଉଥିଲା ବେଳେ ସିବିଆଇ ସମ୍ମୁଖରେ ନରସିଂହ ମିଶ୍ରଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ସେ ତଳେ ବସି ପଡ଼ିଥିଲେ। ଏହାପରେ କର୍ମୀମାନେ ତାଙ୍କୁ ତରନ୍ତ ଉଠାଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ଏବେ ନରସିଂହ ମିଶ୍ରଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ନେଇ ସୂଚନା ଦେଇଛନ୍ତି ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ ଜଣେ ଉଚ୍ଚ ମଧୁମେହ ରୋଗୀ। ଦୀର୍ଘ ଯାତ୍ରା କରି ଆଜି ବଲାଙ୍ଗିରରୁ ଭୁବନେଶ୍ୱରରୁ ଆସିଥିବାରୁ ଅସୁସ୍ଥ ହୋଇପଡ଼ିଛନ୍ତି ବୋଲି ସେ କହିଛନ୍ତି।

Comment