ଓଡ଼ିଶାଲାଇଭ୍ ବ୍ୟୁରୋ
୨୮ ଡିସେମ୍ଵର, ୨୦୨୦
- ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସରପଞ୍ଚଠୁ ମୁଖ୍ୟମନ୍ତ୍ରୀ ସମସ୍ତେ ଦେବେ ସମ୍ପତ୍ତି ତାଲିକା, ବରପୁତ୍ରଙ୍କ ଜନ୍ମସ୍ଥାନ ହେବ ଆଦର୍ଶ ଗ୍ରାମ
- ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲାଙ୍କୁ ଉଚ୍ଚଶିକ୍ଷା ପାଇଁ ସ୍ଵତନ୍ତ୍ର ସଂରକ୍ଷଣ ଦେବେ ରାଜ୍ୟ ସରକାର
- ପୁରୀ ସମୁଦ୍ରକୂଳରେ ଲାଗିଲା ବ୍ଲୁ ଫ୍ଲାଗ
- ଭୁବନେଶ୍ଵରରେ ଜିରୋ ନାଇଟ ସେଲିବ୍ରେସନ ମନା – ହୋଟେଲ, କ୍ଲବରେ ଏକାଠି ହେବେନି ଲୋକେ
- ଜିପ୍ ଉପରେ ଭାଷଣ ଦେଲାବେଳେ ଅସୁସ୍ଥ ହୋଇପଡ଼ିଲେ ନରସିଂହ ମିଶ୍ର, ହସ୍ପିଟାଲରେ ଭର୍ତ୍ତି
- ରାଜ୍ୟରେ କମୁଛି ସଂକ୍ରମଣ – ଦିନକରେ ୨୩୪ ଆକ୍ରାନ୍ତ, ୩ ମୃତ
- ଦିଲ୍ଲୀ ମେଟ୍ରୋରେ ଗଡ଼ିଲା ଦେଶର ପ୍ରଥମ ଡ୍ରାଇଭର ବିହୀନ ଟ୍ରେନ
- ୩୦ରେ ପୁଣି ବୈଠକ ପାଇଁ ଚାଷୀଙ୍କୁ ଡାକିଲେ ସରକାର – ହେବ କି ସମାଧାନ?
- ମାଓବାଦୀଙ୍କ ଦ୍ଵାରା ରାସ୍ତା ଅବରୋଧ, କନ୍ଧମାଳ ଓ ରାୟଗଡା ଜିଲ୍ଲା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କଳାହାଣ୍ଡି ଓ ବରଗଡ଼ ଜିଲ୍ଲାର ଦୁଇ ପଞ୍ଚାୟତ ଅଧିକାରୀ ଫସିଲେ ଭିଜିଲାନ୍ସ ଜାଲରେ
- ଜାନୁଆରି ୩ ତାରିଖରୁ ଖୋଲିବ ଗଞ୍ଜାମ ଜିଲ୍ଲାର ତାରାତାରିଣୀଙ୍କ ମନ୍ଦିର ଓ ସମ୍ବଲପୁର ଜିଲ୍ଲାର ମା’ ସମଲେଶ୍ୱରୀ ମନ୍ଦିର
- ନୂଆ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଓଡ଼ିଶା ସରକାରଙ୍କ ଚିନ୍ତା, ବ୍ରିଟେନରୁ ଓଡ଼ିଶା ଫେରିଥିବା ୬୨ ଜଣ ନିଖୋଜ
- ଅସ୍ତରଙ୍ଗ ଉପକୂଳରେ ଅଲିଭ ରିଡଲେ କଇଁଛ ଅଣ୍ଡା ଦେଲେ, ବନ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ
- ପାରାଦୀପ ଇଞ୍ଜିନିୟର ଅମୃତ ଦାସଙ୍କ ହତ୍ୟା ଘଟଣାର ତଦନ୍ତ କରିବେ ଓଡ଼ିଶା ମାନବାଧିକାର କମିସନ
- ଜଣେ ପାଞ୍ଚ ମାସର ଶିଶୁ କରୋନାରେ ମୃତ, ଓଡ଼ିଶାରେ ମହାମାରୀ ମୃତ୍ୟୁ ସଂଖ୍ୟା ୧୮୬୪
- ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୧୮ ଜିଲ୍ଲାରେ ଘନ କୁହୁଡ଼ି ସୂଚନା, ଏଣେ ଆଭ୍ୟନ୍ତରୀଣ ଜିଲ୍ଲାରେ ଭୀଷଣ ଶୀତ ଜାରି