ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ ହୋଇଛି। ନିମୋନିଆରେ ପୀଡ଼ିତ ହୋଇ ସେ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।

ଅନେକ ଲୋକପ୍ରିୟ ଗୀତ ଭେଟି ଦେଇଥିବା ଶାନ୍ତନୁଙ୍କୁ ଓଡ଼ିଆ ସିନେ ସଙ୍ଗୀତ ଜଗତର ଟ୍ରେଣ୍ଡ ସେଟର୍ ବୋଲି କୁହାଯାଏ। ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଛି। ପ୍ରଥମ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଶାନ୍ତନୁ ଓଡ଼ିଆ, ହିନ୍ଦୀ, ବଙ୍ଗାଳି, ଆସାମି ଓ ତେଲୁଗୁ ପରି ୫ଟି ଭାଷାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ନିର୍ଦ୍ଦେଶନାରେ ଲତା ମଙ୍ଗେସକର, ମହମ୍ମଦ ରଫି, ସୁରେଶ ଓ୍ୱାଡେକର, ଅନୁରାଧା ପୋଡ଼ଓ୍ୱାଲ ଆଦି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି।

ଶାନ୍ତନୁ ମହାପାତ୍ର ଓଡ଼ିଆ ସିନେମା ସୂର୍ଯ୍ୟମୁଖୀ, ଅରୁନ୍ଧତୀ, ଡୋରା, ଚିଲିକା ତୀରେ, ପ୍ରିୟତମା ଭଳି ଅନେକ ସୁପରହିଟ୍ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରେ ‘ମୟୂରୀ ଗୋ’, ‘ମୁଁ ତ ଥିଲି ଏକୁଟିଆ’, ‘ଆଗୋ ଚନ୍ଦ୍ରିକା’ ଆଦି ଅନ୍ୟତମ। ଏବେ ଶାନ୍ତନୁଙ୍କ ବିୟୋଗରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଏକ ଅପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି।

Comment