ଓଡ଼ିଶାଲାଇଭ୍ ବ୍ୟୁରୋ

ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଭାବେ ନିଯୁକ୍ତ ହେଲେ ହିଟ୍ ମ୍ୟାନ ରୋହିତ ଶର୍ମା। ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ ଚିତେଶ୍ୱର ପୂଜାରାଙ୍କ ସ୍ଥାନରେ ଟିମ୍ ମ୍ୟାନେଜମେଣ୍ଟ ରୋହିତଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିଛି।

କଙ୍ଗାରୁ ଦଳ ବିପକ୍ଷରେ ଭାରତୀୟ ଦଳ ଆସନ୍ତା ୭ ତାରିଖରୁ ତୃତୀୟ ଟେଷ୍ଟ ଖେଳିବାକୁ ଯାଉଛି। ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରାହାଣେ ବର୍ତ୍ତମାନ ପାଇଁ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି। ଗତ ଦ୍ୱିତୀୟ ଟେଷ୍ଟରେ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ ଚିତେଶ୍ୱର ପୂଜାରା ଟିମ୍ ଇଣ୍ଡିଆର ଉପ-ଅଧିନାୟକ ନିଯୁକ୍ତ ହୋଇଥିଲେ। ବର୍ତ୍ତମାନ ରୋହିତଙ୍କ ଉପସ୍ଥିତି ହେତୁ ପୂଜାରାଙ୍କ ବଦଳରେ ରୋହିତଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି।

ଆହତ ଜନିତ ସମସ୍ୟା ହେତୁ ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବାଦ ପଡ଼ିଥିଲେ। ଏହାପରେ ସେ ଫିଟ୍ ହୋଇ ଶେଷ ଦୁଇଟି ଟେଷ୍ଟ ଖେଳିବାକୁ ଅନୁମତି ପାଇଛନ୍ତି। ଯାହାପରେ ସେ ତୃତୀୟ ଟେଷ୍ଟରେ ଗିଲଙ୍କ ସହ ଓପନିଂ କିମ୍ବା ମଧ୍ୟମକ୍ରମରେ ବ୍ୟାଟିଂ ଭାର ସମ୍ଭାଳିବା ଏକରକମ ପକ୍କା ହୋଇଯାଇଛି। ଅନ୍ୟପଟେ ପୂର୍ବରୁ ସେ ସୀମିତ ଓଭର କ୍ରିକେଟରେ ଦଳର ଉପ-ଅଧିନାୟକ ଥିବାରୁ ତାଙ୍କୁ ଟେଷ୍ଟ କ୍ରିକେଟରେ ବି ସେହି ସମାନ ଦାୟିତ୍ୱ ଦିଆଯାଇଛି।

Comment