ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ମାଲବାହୀ ଟ୍ରେନ ଲାଇନଚ୍ୟୁତ। ଛତିଶଗଡ଼ର କିରଣ୍ଡୁଲରୁ ବିଶାଖାପାଟଣା ଆସୁଥିବା ଆଇରନ ଓର ବୋଝେଇ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଓଡ଼ିଶା-ଛଡ଼ିଶଗଡ଼ ସୀମାନ୍ତର ଧିମିଲି ଷ୍ଟେସନରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।ଟ୍ରେନଟି ଲାଇଲଚ୍ୟୁତ ହେବା ଫଳରେ ୩ଟି ଇଞ୍ଜିନ ସହ ୨୪ଟି ବଗି ଟ୍ରାକରୁ ଖସିଯାଇଥିବା ବେଳେ ଇଞ୍ଜିନ ସମେତ ସମସ୍ତ ବଗି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା ପରେ କିରନଣ୍ଡୁଲ-ବିଶାଖାପାଟଣା ମଧ୍ୟରେ ଟ୍ରେନ ଚଳାଚଳ ସଂପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି।

ଦୁର୍ଘଟଣା ଘଟିଥିବା ଧିମିଲି ଷ୍ଟେସନଟି ଘଞ୍ଚ ଜଙ୍ଗଲ ଏବଂ ଏହା ସଂପୂର୍ଣ୍ଣ ରୂପେ ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଥିବା ରେଳବାଇ ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଦୁର୍ଘଟଣା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଛି ଏବଂ ଏଥିରେ ମାଓବାଦୀଙ୍କ ସଂପୃକ୍ତି ନଥିବା ସ୍ପଷ୍ଟ କରିଛନ୍ତି ରେଳବାଇ ପୋଲିସ। ରେଳ ଅଧିକାରୀଙ୍କ ଦ୍ଵାରା ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲା ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ରେଳବାଇ ପୁଲିସ କହିଛନ୍ତି।

Comment