ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟର ଆଦିବାସୀ ଝିଅ ନମିତା ମେଲେକାଙ୍କ ସ୍ୱପ୍ନ ସତ ହୋଇଛି। ତାଙ୍କ କଣ୍ଠରେ ରେକର୍ଡିଂ ହୋଇଥିବା ପ୍ରଥମ ଗୀତଟି ରିଲିଜ ହୋଇଛି। ଏହି ଭକ୍ତି ସଙ୍ଗୀତରେ ଅଭିନୟ କରିଛନ୍ତି ଓଲିଉଡର ଖ୍ୟାତନାମା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ବର୍ଷାଙ୍କ ସହିତ ଏହି ଭଜନରେ ଏସିଡ ପୀଡ଼ିତା ପ୍ରମୋଦିନୀ ଓ କିଛି ଦିବ୍ୟାଙ୍ଗ ପିଲାଙ୍କୁ ବି ଦେଖିବାକୁ ମିଳିଛି। ୟ୍ୟୁଟୁବରେ ଏହି ଗୀତକୁ ସବୁ ବର୍ଗର ଲୋକ ପସନ୍ଦ କରିଛନ୍ତି।

ନମିତା ଗାଇଥିବା ଗୀତର ଗୀତିକାର ହେଲେ ସ୍ୱନାମଧନ୍ୟ ଗୀତିକାର ବିଜୟ ମଲ୍ଲ। ସେହିପରି ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଶାର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ।

କିଛି ଦିନ ତଳେ ସୋସିଆଲ ମିଡିଆରେ ନମିତାଙ୍କ ଯାଦୁକରୀ କଣ୍ଠ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଶେଷ ପ୍ରଭାବିତ କରିଥିଲା ଏବଂ ସେ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି ଘୋଷଣା କରିଥିଲେ। ବର୍ଷା ନିଜର କଥା ରଖି ସେପ୍ଟେମ୍ବର ମାସରେ ପ୍ରେମ ଆନନ୍ଦଙ୍କ ସହ ଯୋଗାଯୋଗ କରି ସେ ନମିତାଙ୍କୁ ବ୍ରେକ ଦେଇଥିଲେ।

Comment