ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାରୀ ସ୍କୁଲରେ ପାଠ ପଢ଼ିଲେ ଉଚ୍ଚଶିକ୍ଷାରେ ସଂରକ୍ଷଣ ନେଇ କ୍ୟାବିନେଟ ନିଷ୍ପତ୍ତି ପରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଅବସର ପ୍ରାପ୍ତ ହାଇକୋର୍ଟ ଜଜ୍ ଜଷ୍ଟିସ ଏକେ ମିଶ୍ରଙ୍କୁ କମଟିର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି।

ଉତ୍କଳ ବିଶ୍ୱବିଦ୍ୟାଳୟ ହାଇକୋର୍ଟର ପୂର୍ବତନ କୁଳପତି ଅଶୋକ କୁମାର ଦାସ, ଡିଏମଇଟି ନିର୍ଦ୍ଦେଶକ ପ୍ରଫେସର ସିବିକେ ମହାନ୍ତି, ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଭୂପିନ୍ଦର ପୁନିଆ ଓ ବୈଷୟିକ ଶିକ୍ଷା ଓ ତାଲିମର ନିର୍ଦ୍ଦେଶକ ଜି ରଘୁ କମିଟି ସଦସ୍ୟ ରହିଛନ୍ତି।

ଏହି କମିଟିର ଆବାହକ ସଦସ୍ୟ ଭାବେ ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ଏକେ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କମିଟି ସଂରକ୍ଷଣ ପ୍ରସଙ୍ଗରେ ସରକାରଙ୍କୁ ରିପୋର୍ଟ ଦେବ।

ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲାଙ୍କୁ ଉଚ୍ଚଶିକ୍ଷା ପାଇଁ ସ୍ଵତନ୍ତ୍ର ସଂରକ୍ଷଣ ଦେବାକୁ ଡିସେମ୍ବର ୨୮ରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ଅନୁସାରେ ଏଣିକି ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ଲାଗି ଇଞ୍ଜିନିୟରିଂ ଓ ମେଡିକାଲ ପ୍ରବେଶିକା ପରୀକ୍ଷାରେ ସ୍ଥାନ ସଂରକ୍ଷଣ ରହିବ।

Comment