ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ କେତେଜଣ କଳାକାର ପ୍ରଥମେ ନିର୍ଦ୍ଦେଶନାରେ ପାଦ ଦେବା ପରେ ଅଭିନୟକୁ ଓହ୍ଲାଇଛନ୍ତି। ସବୁଠୁ ଖାସ ଖାସ ଏହି କଳାକାରମାନେ ନିର୍ଦ୍ଦେଶନାରେ ଯେମିତି ସଫଳତା ହାସଲ କରିଛନ୍ତି ଅଭିନୟ କ୍ଷେତ୍ରରେ ବି ସେମିତି ଚର୍ଚ୍ଚିତ ହୋଇଛନ୍ତି। ଆସନ୍ତୁ ନଜର ପକାଇବା ଏଭଳି ନିର୍ଦ୍ଦେଶକମାନଙ୍କ ସମ୍ପର୍କରେ…

ଫରହାନ୍ ଅଖତର:- ଫରହାନ୍ ଏକାଧାରରେ ଜଣେ ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ଓ ଗାୟକ। ସେ ଏସବୁରେ ସଫଳତା ପାଇଛନ୍ତି। ପରେ ସେ ‘ରକ୍ ଅନ୍’ରେ ଅଭିନୟ କରିଲେ। ତାପରେ ‘ୟେ ଜିନ୍ଦେଗୀ ନା ମିଲେଗା ଦୋବାରା’ ଏବଂ ‘ଭାଗ ମିଲଖା ଭାଗ୍’ ଓ ‘କାର୍ତ୍ତିକ କଲିଂ କାର୍ତ୍ତିକ’ ଭଳି ସିନେମାରେ ଅଭିନୟ କରି ବେଶ୍ ଚର୍ଚ୍ଚିତ ହୋଇଛନ୍ତି।

ଅନୁରାଗ କଶ୍ୟପ:- ‘ଦେବ୍ଡ଼ି’, ‘ପାଞ୍ଚ’, ‘ବ୍ଲାକ୍ ଫ୍ରାଇଡେ’, ‘ଗ୍ୟାଙ୍ଗସ ଅଫ୍ ଓ୍ୱାସେପୁର’ ଭଳି ସିନେମାର ନିର୍ଦ୍ଦେଶକ ଅନୁରାଗ କଶ୍ୟପ ତିଗମାଂଶୁ ଧୂଲିଆଙ୍କ ଫିଲ୍ମ ‘ଶାର୍ଗିଦି’ ରେ ବଣ୍ଟି ଭେୟା ଭୂମିକାରେ ଅଭିନୟ କରିଥିଲେ।

ଅମୋଲ୍ ଗୁପ୍ତେ:- ତାରେ ଜମିନ୍ ପର୍ ବହୁଚର୍ଚ୍ଚିତ ସିନେମା କ୍ରିଏଟିଭ୍ ଡିରେକ୍ଟର ଅମୋଲ୍ ଗୁପ୍ତେଙ୍କୁ ମଧ୍ୟ ଦର୍ଶକ ବିଶାଳ ଭରଦ୍ଵାଜଙ୍କ ହିଟ୍ ସିନେମା ‘କମିନେ’ ରେ ମୁଖ୍ୟ ଖଳନାୟକ ଭୂମିକାରେ ଦେଖିବାକୁ ପାଇଥିଲେ। ସେ ଫିଲ୍ମ ‘ସିଂଘମ ଟୁ’ରେ ମଧ୍ୟ ଅଭିନୟ କରିଥିଲେ।

ତିଗମାଂଶୁ ଧୂଲିଆ:- ତିଗମାଂଶୁ ଧୂଲିଆ ନେସନାଲ୍ ସ୍କୁଲ୍ ଅଫ୍ ଆଟଁରୁ ଆକ୍ଟିଂରେ ଗ୍ରାଜୁଏସନ୍ କରିଥିଲେ ହେଁ ନିର୍ଦ୍ଦେଶନା ଆଡକୁ ଢ଼ଳି ନିର୍ଦ୍ଦେଶକ ଭାବେ ଲୋକପ୍ରିୟତା ଅର୍ଜନ କରିଛନ୍ତି। ସେ ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ଗ୍ୟାଙ୍ଗସ ଅଫ୍ ଓ୍ୱାସେପୁର’ରେ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ଏତଦବ୍ୟତୀତ ତାଙ୍କୁ ହଂସଲ ମେହେଟ୍ଟାଙ୍କ ‘ଶାହିଦ’ ରେ ମଧ୍ୟ ଜଣେ ବରିଷ୍ଠ ଆଇନଜୀବୀ ଭୂମିକାରେ ଦେଖିବାକୁ ମିଳିଥିଲା।

ଅନୁରାଗ ବାସୁ:- ‘ମର୍ଡର’, ‘ଲାଇଫ୍ ଇନ୍ ଏ ମେଟ୍ରୋ’, ‘କାଇଟସ’ ଏବଂ ‘ବାର୍ଫି’ ଭଳି ଚର୍ଚ୍ଚିତ ସିନେମାର ନିର୍ଦ୍ଦେଶକ ଅନୁରାଗ ବସୁ ୱଜିରଙ୍କ ନିର୍ଦ୍ଦେଶିତ ‘ଆଇ ଆମ’ରେ ଅଭିନୟ କରିଥିଲେ।

ନିଶିକାନ୍ତ କାମାଥ୍:- ଡମ୍ବେଲି ଫାଷ୍ଟ, ଦୃଶ୍ୟମ୍, ମୁମ୍ବାଇ ମେରୀଜାନ୍ ଓ ଫୋର୍ସ ପରି ସିନେମାର ନିର୍ଦ୍ଦେଶକ ନିଶିକାନ୍ତ କାମାଥ୍ ମଧ୍ୟ ଅଭିନୟରେ ରୁଚି ରଖନ୍ତି। ସେ ମରାଠୀ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି।

ସାଜିଦ୍ ଖାନ୍:- ଅଭିନେତା, ଆଙ୍କର୍ ଓ ନିର୍ଦ୍ଦେଶକ ସାଜିଦ୍ ଖାନ ହୃଷିକେଶ ମୁଖାର୍ଜୀଙ୍କ ଅନିଲ କପୁର, ଜୁହି ଚାଓ୍ୱଲା ଷ୍ଟାରର ମୁଭି, ‘ଝୁଠ ବୋଲେ କଓ୍ୱା କାଟେ’ରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।

କରଣ ଜୋହର:- ‘କୁଛ କୁଛ୍ ହୋତା ହେ’, ‘କଭି ଖୁସି କଭି ଗମ୍’, ‘କଭି ଆଲବିଦା କହନା’, ‘ମାଇଁ ନେମ୍ ଇଜ୍ ଖାନ୍’, ‘ଦି ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ ଓ ‘ୟେ ଦିଲ୍ ହେ ମୁସ୍କିଲ’ ଭଳି ସିନେମାର ନିର୍ଦ୍ଦେଶକ କରଣ ଜୋହର ବି ବଡ଼ ପରଦାରେ ଅଭିନେତା ଭାବେ ନଜର ଆସିଛନ୍ତି। ହଁ ତାଙ୍କୁ ‘ବମ୍ବେ ଭେଲଭେଟ୍’ରେ ଦର୍ଶକ ଖଳନାୟକ ଭୂମିକାରେ ଦେଖିବାକୁ ପାଇଥିଲେ।

କୁନାଲ କୋହଲି:- ‘ଫନା’ ଓ ‘ହମ ତୁମ୍’ ପରି ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶକ କୁନାଲ କୋହଲି ମଧ୍ୟ ଅଭିନୟରେ ପାଦ ଥାପିଛନ୍ତି। ସେ ‘ଫିରସେ’ ଫିଲ୍ମରେ ଏକ ରୋମାଣ୍ଟିକ୍ ରୋଲ୍ ନିଭାଇଛନ୍ତି। ଏଥିରେ ସେ ଜେନିଫର ଉଇଙ୍ଗେଟଙ୍କ ଅପୋଜିଟରେ ଅଛନ୍ତି। ଅନୁରାଗ କଶ୍ୟପ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

ମହେଶ ମଞ୍ଜରେକର- ‘ବାସ୍ତବ’ ଭଳି ଏକ ଜବରଦସ୍ତ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ମହେଶ ମଞ୍ଜରେକର ଇତିମଧ୍ୟରେ ୫୦ରୁ ଅଧିକ ହିନ୍ଦୀ ସିନେମାରେ ଅଭିନୟ କରିସାରିଲେଣି। ଏଥିମଧ୍ୟରେ ରନ୍, କାଣ୍ଟେ ଓ ୱାଣ୍ଟେଡ୍ ଭଳି ସିନେମା ଅନ୍ତର୍ଭୁକ୍ତ।

ସୁଧୀର ମିଶ୍ର- ଜଣାଶୁଣା ନିର୍ଦ୍ଦେଶକ ସୁଧୀର ମିଶ୍ର ‘ଟ୍ରାଫିକ୍ ସିଗନାଲ୍’ ଫିଲ୍ମରେ ଜଣେ ଡନ୍ ଭୂମିକାରେ ଅଭିନୟ କରିଥିଲେ।

Comment