ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଟିକାକରଣ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଟିକାକରଣ ପାଇଁ ରାଜ୍ୟ ସରକାର କେତେ ପ୍ରସ୍ତୁତ ଅଛନ୍ତି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ପଚାରି ବୁଝିବେ। ଆସନ୍ତା ୧୧ ତାରିଖ ଅପରାହ୍ଣ ୪ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ହେବ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଭାରତରେ କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ ଅନୁମତି ମିଳିବା ପରେ ମୋଦୀ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ରାଜ୍ୟଗୁଡ଼ିକର କରୋନା ସ୍ଥିତି ନେଇ ମୋଦୀ ପଚାରି ବୁଝିବେ। ଏହାପୂର୍ବରୁ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ୬ ଥର ଆଲୋଚନା କରିସାରିଛନ୍ତି।

ନିକଟରେ ଅକ୍ସଫୋର୍ଡର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ ଟିକାକୁ ଡ୍ରଗ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ(ଡିସିଜିଆଇ) ଅନୁମତି ପ୍ରଦାନ କରିଛନ୍ତି। ଗତ ଜାନୁଆରି ୨ ଓ ୮ ତାରିଖରେ ସାରା ଦେଶରେ ଟିକାକରଣ ନେଇ ଡ୍ରାଏ ରନ୍ ସରିଛି। ଏହି ଡ୍ରାଏ ରନ୍ ସଫଳ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି। ଟିକାକରଣ ଆରମ୍ଭ ହେବା ପରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଏଥିପାଇଁ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ସରିଥିବା ଜଣାପଡ଼ିଛି।

Comment