ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ସମସ୍ତ ଆର୍ଥିକ ଦେଣନେଣ ଏବେ ବିନା କାଗଜରେ ହେବ। ପର୍ଯ୍ୟାୟକ୍ରମେ କାଗଜ ପତ୍ର ବ୍ୟବହାରକୁ ବନ୍ଦ କରି ସମସ୍ତ ସରକାରୀ କାର୍ଯ୍ୟାଳୟରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଲାଗୁ କରାଯିବ।

ସରକାରଙ୍କ ୫-ଟି ବ୍ୟବସ୍ଥା ଅନୁସାରେ ଅର୍ଥ ବିଭାଗ ପକ୍ଷରୁ ଏନେଇ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି। ଏଣିକି ଇ-ଭାଉଚରରେ ସମସ୍ତ ଆର୍ଥିକ କାରବାର ହେବ। ଡିଡିଓ ମାନେ ଆଗକୁ ଡିଜିଟାଲ ଦସ୍ତଖତରେ ଅର୍ଥ ଦିଆନିଆ କରିବା ପାଇଁ ସ୍ଥିର ହୋଇଛି।

ଏହାଫଳରେ ଡିଡିଓ ମାନେ ଇଲେକ୍ଟ୍ରୋନିକ ପଦ୍ଧତିରେ ବିଲ ଦାଖଲ କରିବେ ଓ ଟ୍ରେଜେରୀକୁ ଆଉ ଯିବେ ନାହିଁ। ଆସନ୍ତା ମାସରୁ ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେବ।

Comment