ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ କୃଷି ଆଇନ ଏବଂ ଚାଷୀ ଆନ୍ଦୋଳନକୁ ନେଇ ହୋଇଥିବା ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସୋମବାର ଏହାର ବିଚାର କରିବ।

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ୪୦ରୁ ଅଧିକ ଚାଷୀ ସଙ୍ଗଠନ ଏବେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ସେମାନେ ଦିଲ୍ଲୀ ସୀମାରେ ଡେରା ପକାଇବା ସହିତ ଜାତୀୟ ରାଜପଥକୁ ଜାମ୍ କରି ବସିଛନ୍ତି। ଏହାକୁ ନେଇ ସାଧାରଣ ଲୋକେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ବହୁ ମାମଲା ଦାୟର ହୋଇଥିଲା।

ଏହି ମାମଲା ସବୁକୁ ଏକାଠି କରି ସୁପ୍ରିମକୋର୍ଟ ଏକାଠି ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜାନୁଆରି ୧୫ ତାରିଖରେ ଚାଷୀ-କେନ୍ଦ୍ର ସରକାରଙ୍କ ଭିତରେ ବୈଠକ ବସିବାକୁ ଥିବାରୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବହୁ ଗୁରୁତ୍ୱ ବହନ କରୁଛି। ଅନ୍ୟପଟେ ଏଯାବତ ଚାଷୀ ଏବଂ କେନ୍ଦ୍ର ସରକାର ଭିତରେ ଆଠଥର ଆଲୋଚନା ହୋଇସାରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରିନି।

Comment