ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ୍‌ରେ ଖଳନାୟକ ଭୂମିକାରେ ଅଭିନୟ କରି ବେଶ ପରିଚିତ ହୋଇଥିଲେ ଅମରୀଶ ପୁରୀ। ତାଙ୍କ ଅଭିନୟରେ ଥିଲା ବାସ୍ତବତା। ଭେଟରାନ ଅଭିନେତା ୨୦୦୫, ଆଜିର ଦିନରେ ସବୁଦିନ ପାଇଁ ଚୁପ୍‌ ହୋଇ ଯାଇଥିଲେ। ତାଙ୍କ ବିୟୋଗରେ ଦର୍ଶକଙ୍କୁ ଏକ ବଡ଼ ଝଟକା ଲାଗିଥିଲା।

ଫିଲ୍ମରେ ଆସିବା ପୂର୍ବରୁ ଏକ ବୀମା କମ୍ପାନିରେ ଚାକିରି କରୁଥିଲେ ଅମରୀଶ ପୁରୀ। ଚାକିରି ସହ ପୃଥୀ ଥିଏଟରରେ ଯୋଗ ଦେଇଥିଲେ। ଥିଏଟର ପାଇଁ ସେ ଚାକିରି ଛାଡ଼ିବାକୁ ଭାବୁଥିଲେ ହେଲେ ତାଙ୍କ ସାଙ୍ଗମାନେ ତାଙ୍କୁ ମନା କରିଥିଲେ। ପରେ ଫିଲ୍ମ ପାଇଁ ବାରମ୍ଵାର ଅଫର ଆସିବାରୁ ସେ ଚାକିରି ଛାଡ଼ି ଦେଇଥିଲେ।

୨୨ ବର୍ଷ ବୟସରେ ସେ ଏକ ଅଡିସନ୍‌ ଦେଇଥିଲେ। ହେଲେ ତାଙ୍କୁ ସେଥିରୁ କାଟି ଦିଆଯାଇଥିଲା। ପରେ ସେ ୪୦ ବର୍ଷ ବୟସରେ ‘ରେଶମା ଔର ଶେରା’ରେ ଏକ ଗାଁ ଲୋକର ଚରିତ୍ରରେ ନଜର ଆସିଥିଲେ।

ହେଲେ ପରେ ସୁଭାଷ ଘାଇଙ୍କ ନିର୍ମିତ ଫିଲ୍ମ ‘ବିଧାତା’ରୁ ସେ ପରିଚୟ ଲାଭ କରିଥିଲେ। ପରେ ‘ହିରୋ’, ମିଷ୍ଟର ଇଣ୍ଡିଆ’, ‘ନାୟକ’, ‘ଦିଲବାଲେ ଦୁଲହନିଆଁ ଲେ ଜାୟେଗେଁ’ ଓ ‘ପରଦେଶ’ ଭଳି ସୁପରିହିଟ ଭଳି ସୁପରହିଟ ଫିଲ୍ମରେ ଦମଦାର ଅଭିନୟ କରି ଦର୍ଶକ ମନ ଜିଣିଥିଲେ ଅଭିନେତା ଅମରୀଶ ପୁରୀ।

ଅମରୀଶ ପୁରୀଙ୍କ ଜନ୍ମ ୧୯୩୨ ମସିହା ଜୁନ ୨୨ରେ ପଞ୍ଜାବରେ ହୋଇଥିଲା। ୭୨ ବର୍ଷ ବୟସରେ ଅମରୀଶ ୨୦୦୫ରେ ଜାନୁଆରି ୧୨ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Comment