ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କ୍ରିକେଟ ପଡ଼ିଆରେ କୋଟି କୋଟି ଦର୍ଶକଙ୍କ ମନ ଜିତିଛନ୍ତି ଭାରତୀୟ କ୍ରିକେଟର ଇରଫାନ ପଠାନ। କ୍ରିକେଟରୁ ଅବସର ନେବା ପରେ ଏବେ ସେ ଅଭିନୟ ଦୁନିଆରେ ଡେବ୍ୟୁ କରିଛନ୍ତି। ତାଙ୍କ ଅଭିନୀତ ପ୍ରଥମ ତାମିଲ୍ ଫିଲ୍ମ ‘କୋବ୍ରା’‌ର ଟିଜର ସାମ୍ନାକୁ ଆସିଛି। ୟୁଟ୍ୟବୁରେ ଏହାକୁ ଖୁବ୍‌ ପସନ୍ଦ କରିଛନ୍ତି ଦର୍ଶକ।

ଜଣେ ଇଣ୍ଟ‌ରପୋଲ୍‌ ଅଧିକାରୀ ଅସ୍‌ଲାନ୍‌ ୟିଲ୍‌ମାଜ ଚରିତ୍ରରେ ଏହି ଫିଲ୍ମରେ ଅଭିନୟ କରିଛନ୍ତି ଇରଫାନ। ତାମିଲ୍ ସୁପରଷ୍ଟାର ବିକ୍ରମ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି।

ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଅଜୟ ଗନନମୁଥୁ। ଫିଲ୍ମର ନିର୍ମାତା ହେଲେ ସେଭେନ୍ ସ୍କ୍ରିନ୍ ଷ୍ଟୁଡିଓ। ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ଏ.ଆର୍. ରେହେମାନ୍। ୨୦୨୧ରେ ଫିଲ୍ମଟି ରିଲିଜ ହେବ ବୋଲି ଜଣାପଡ଼ିଛି। ଅକ୍ଟୋବର ୨୭ରେ ଇରଫାନଙ୍କ ଜନ୍ମଦିନରେ ଫିଲ୍ମ ନିର୍ମାତା ତାଙ୍କର ଫାଷ୍ଟ ଲୁକ୍‌ ଜାରି କରିଥିଲେ।

Comment