ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହମାରୀ ଭିତରେ ଦୀର୍ଘ ୯ ମାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଗସ୍ତ କରିଛନ୍ତି। ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ।

ପ୍ରାୟ ୯୮୬.୭୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନ୍ଦ୍ରାବତୀ ମେଗା ଉଠାଜଳ ସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦ୍ୱାରା ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଳକର ୯୧ଟି ଗ୍ରାମର ୨୫,୨୭୫ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ। ଫଳରେ ୩ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ।

ଏହାଛଡ଼ା ମୁଖ୍ୟମନ୍ତ୍ରୀ କଳାହାଣ୍ଡିକୁ ପ୍ରାୟ ୨ ହଜାର ୭୮ କୋଟି ଟଙ୍କାର ୧୦୬ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଏହାସହ ନବୀନ ଆଜି କେସିଙ୍ଗାର ମଡେଲ ବସ୍ତିର ଶୁଭାରମ୍ଭ କରିବା ସହିତ ୧୬୪.୮୬୨ କୋଟି ଟଙ୍କାର ୫୪ଟି ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ କରିବେ। ଏହାବାଦ ୧୦୨୦.୩୪୭ କୋଟି ଅଟକଳର ୫୨ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

୨୦୨୦, ମାର୍ଚ୍ଚ ମାସରେ କୋଭିଡ୍ ଲକଡାଉନ ଆରମ୍ଭ ହେଲା ପରେ ମୁଖ୍ୟମନ୍ତ୍ରୀ ନବୀନ ନିବାସ ବାହାରେ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ସମୀକ୍ଷା ବୈଠକ, ଉଦଘାଟନ ଓ ଶିଳାନ୍ୟାସ ଜାରି ରହିଥିଲା। କୋଭିଡ ପରେ ଆଜି ପ୍ରଥମ ଥର କଳାହାଣ୍ଡି ଗସ୍ତ କରିଛନ୍ତି ନବୀନ।

Comment