ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ସମସ୍ତ କଲ୍ୟାଣ ମଣ୍ଡପ ଓ ଉତ୍ସବ ପାଳନ ଗୃହ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ବିଏମସି କର୍ତ୍ତୃପକ୍ଷ। ବୁଧବାର ଦିନ ଜାରି କରାଯାଇଥିବା ଏହି ଗାଇଡ୍‌ଲାଇନରେ କରୋନା ନିୟମ ଅନୁଯାୟୀ ସବୁ କିଛି ହେବ ବୋଲି କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନର କରୋନା ସ୍ଥିତିକୁ ଲକ୍ଷ୍ୟ କରି କଲ୍ୟାଣ ମଣ୍ଡପ ଓ ମ୍ୟାରେଜ ହଲରେ ଅତି ବେଶୀରେ ୨୦୦ ଲୋକଙ୍କ ସମାଗମ ହୋଇପାରିବ। ସେହିଭଳି ଅନ୍ତ୍ୟେଷ୍ଟି ପାଇଁ ସର୍ବାଧିକ ଶହେ ଜଣ ଏକାଠି ହୋଇ ପାରିବେ। ପୂର୍ବରୁ ଏହା ଯଥାକ୍ରମେ ୧୦୦ ଓ ୫୦ ଥିଲା।

ସ୍ଵତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ମଙ୍ଗଳବାର ଦିନ ଅନ୍ୟ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତିକୁ ନେଇ ବିଏମସି ପକ୍ଷରୁ କୁହାଯାଇଛି ଯେ, ବିବାହ ଶୋଭାଯାତ୍ରାରେ ବର, ବରଯାତ୍ରୀ, ନନା, ବନ୍ଧୁ ବାନ୍ଧବ ସମସ୍ତେ ମିଶି ୨୦୦ରୁ ଅଧିକ ହେବେ ନାହିଁ ଏବଂ ସମସ୍ତେ ସାମାଜିକ ଦୂରତା ବଜାୟ ରଖି ବିବାହ କାର୍ଯ୍ୟରେ ଯୋଗ ଦେଇପାରିବେ।

Comment