ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆ କୃଷି ଆଇନକୁ ବିରୋଧ ଓ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ‘କୃଷକ ଅଧିକାର ଦିବସ’ ପାଳୁଛି କଂଗ୍ରେସ। ଏହିଦିନ ଦେଶର ସବୁ ରାଜ୍ୟପାଳଙ୍କ ବାସଭବନ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ପୂର୍ବରୁ ଦଳ ଘୋଷଣା କରିଥିଲା।

ନୂଆ କୃଷି ଆଇନକୁ ନେଇ ଏବେ ଚାଷୀମାନେ ସିଙ୍ଘୁ ସୀମାରେ ଆନ୍ଦୋଳନରତ ଅଛନ୍ତି। ସରକାରଙ୍କ ସହ ଏହା ଭିତରେ ଅନେକ ଥର ଆଲୋଚନା ହୋଇଥିଲେ ବି କୌଣସି ଫଳ ବାହାରିପାରିନି। ଜାନୁଆରି ୧୫ ତାରିଖରେ ଚାଷୀ ସଙ୍ଗଠନ ଓ କେନ୍ଦ୍ର ସରକାର ଭିତରେ ଆଗାମୀ ବୈଠକ ବସିବାକୁ ଅଛି। ଏହିଦିନ ହିଁ କଂଗ୍ରେସ ସାରା ଦେଶରେ କୃଷକ ଅଧିକାର ଦିବସ ପାଳୁଛି।

ଗତ ଶନିବାର ଦଳର ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲାଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା। ଯେଉଁଥିରେ ଦଳର ମହାସଚିବ ବେଣୁଗୋପାଳଙ୍କ ସହ ସମସ୍ତ ପ୍ରଭାରୀ ଓ ମହାସଚିବ ଯୋଗଦେଇଥିଲେ। ଏହି ଅବସରରେ କଂଗ୍ରେସ ଆଗାମୀ କୃଷକ ଅଧିକାର ଦିବସ ପାଳିବାକୁ ନିଷ୍ପତ୍ତି ନେଇଛି।

Comment