ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶନିବାରଠୁ ଆରମ୍ଭ ହେଉଛି ଟିକାକରଣ। ଏଥିପାଇଁ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ ଦେଖାଯାଇଛି। ଟିକାକରଣ ଲାଗି ରାଜ୍ୟରେ ୧୬୨ଟି କେନ୍ଦ୍ର ପ୍ରସ୍ତୁତ ହୋଇଛି। ତେବେ ଭୁବନେଶ୍ୱରରେ ୫ଟି ବଦଳରେ ଏବେ ୬ ହସ୍ପିଟାଲରେ ଟିକା ଦିଆଯିବ ବୋଲି ଜଣାପଡ଼ିଛି।

ବିଏମସି କମିସନର ପ୍ରେମଚନ୍ଦ୍ର ଚଉଧାରୀଙ୍କ କହିବା ମୁତାବକ, କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍ ୪ ସରକାରୀ ହସ୍ପିଟାଲ, ବିଏମସି ହସ୍ପିଟାଲ, ସମ୍ ହସ୍ପିଟାଲ ଏବଂ କିମ୍ସ ହସ୍ପିଟାଲ, ଏମ୍ସ ହସ୍ପିଟାଲରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ହେବ। ପ୍ରତି କେନ୍ଦ୍ରରେ ୧୦୦ ଜଣଙ୍କୁ ଟିକା ଦିଆଯିବ।

ଭୁବନେଶ୍ୱରର ୨୬ ହଜାର ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମଚାରୀ ପଞ୍ଜୀକୃତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସେମାନଙ୍କ ମଧ୍ୟରୁ ୯ ହଜାର ଲୋକଙ୍କୁ ଟିକା ନେବେ। ୨୮ ଦିନ ପରେ ପୁଣି ସେମାନଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯିବ।

ଅନ୍ୟପଟେ ଭୁବନେଶ୍ୱରେ ସମୁଦାୟ ୨୭ଟି ସରକାରୀ ହସ୍ପିଟାଲ ଏବଂ ୧୮ ଟି ବଡ଼ ବଡ଼ ଘରୋଇ ହସ୍ପିଟାଲରେ ଟିକାକରଣ କେନ୍ଦ୍ର କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ବିଏମ୍‌ସି ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ପ୍ରେମଚନ୍ଦ୍ର ଚଉଧାରୀ କହିଛନ୍ତି।

Comment