ଓଡ଼ିଶାଲାଇଭ୍‌ ବ୍ୟୁରୋAdar punawala-1

କରୋନା ଟିକା କୋଭସିଲ୍ଡ ପ୍ରସ୍ତୁତ କରିଥିବା କମ୍ପାନି, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ମୁଖ୍ୟ ଅଦାର ପୁନାୱାଲା ଟିକା ନେଇଛନ୍ତି। ଟିକା ନେବା ବେଳର ଭିଡିଓକୁ ନିଜ ଟୁଇଟରରେ ପୋଷ୍ଟ କରିଛନ୍ତି।

ଏହାସହ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ ଅଭିଯାନର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଦାର ପୁନାୱାଲା। ମହାମାରୀ କରୋନା ଲଢେଇ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଟିକା ପ୍ରସ୍ତୁତ କରିଥିବାରୁ ସେ ଗର୍ବିତ ବୋଲି କହିଛନ୍ତି।

ଦେଶରେ ଆଜିଠୁ ଟିକାକରଣର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଥମ ପ୍ରର୍ଯ୍ୟାୟରେ ହିଁ ୩ କୋଟି ଟିକା ଦେବାର ବ୍ୟବସ୍ଥା କରାଯାଇଛି। ଏହସହିତ ଖୁବ୍‌ କମ ସମୟ ମଧ୍ୟରେ ୨ ପ୍ରକାର ଟିକା ପ୍ରସ୍ତୁତ କରିଥିବାରୁ ଟିକା ପ୍ରସ୍ତୁତକାରୀଙ୍କୁ ପ୍ରଶଂସା କରିଥିଲେ ମୋଦୀ।

Comment