ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକର ବିରତି ପରେ ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଟିକାକରଣ। ପୂର୍ବ ଅପେକ୍ଷା ଅଧିକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଯୋଜନା କରାଯାଇଛି। ଆଜିଠୁ ଉଭୟ ସରକାରୀ ଓ ଘରୋଇ ମେଡିକାଲରେ ଦୈନିକ ୫ଟି ପର୍ଯ୍ୟାୟରେ ଟିକାଦାନ ହେବ। ପ୍ରତ୍ୟେକ ସେସନ ସାଇଟରେ ୨୦୦ ଜଣ ଲେଖାଏଁ ହିତାଧିକାରୀଙ୍କୁ ଟିକା ଦିଆଯିବ। ଏହାସହିତ ଟିକା ଦାନ କେନ୍ଦ୍ରରେ ୨ ଜଣ ଟିକାଦାତା ଏବଂ ୪ ଜଣ ଅଧିକାରୀ ରହିବେ।

ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ଟିକାକରଣ ଲାଗି ୨ଟି ପର୍ଯ୍ୟାୟ କରାଯିବ। ପ୍ରତ୍ୟେକ ସେସନରେ ୧୦୦ ଜଣ ଲେଖାଏଁ ହିତାଧିକାରୀଙ୍କୁ ଟିକା ଦିଆଯିବ।  ଏହାସହିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୈନିକ ଗୋଟିଏ ପର୍ଯ୍ୟାୟ ଟିକାଦାନ ହେବ ଏବଂ ୧୦୦ ଜଣ ଲେଖାଏଁ ଟିକା ନେଇପାରିବେ। ପ୍ରଥମ ଦିନର ସଫଳତା ପରେ ଟିକାକରଣର କ୍ଷମତା ବୃଦ୍ଧି ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଶନିବାର ଦେଶବ୍ୟାପୀ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ଓଡ଼ିଶାରେ ୧୩ ହଜାର ୭୪୫ ଜଣଙ୍କୁ ଟିକା ଦିଆଯାଇଥିଲା। ୭ ଦିନ ଭିତରେ ୩.୨୪ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଯୋଜନା ରହିଛି।

Comment