ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଟିଏ ମାସରେ ୫ଥର ବଢ଼ିଲାଣି ପେଟ୍ରୋଲ, ଡିଜେଲ ଦର। ୩ଦିନ ଧରି ଦର ଅପରିବର୍ତ୍ତିତ ରହିବା ପରେ ସୋମବାର ପୁଣି ତୈଳ ଦରରେ ୨୫ ପଇସା ବୃଦ୍ଧି ପାଇଛି। ରାଜଧାନୀ ଭୁବନେଶ୍ଵରରେ ବର୍ତ୍ତମାନ ପେଟ୍ରୋଲ ଦର ଲିଟର ପିଛା ୮୫ ଟଙ୍କା ୬୦ ପଇସା ରହିଥିବା ବେଳେ ଡିଜେଲ ଦର ଲିଟର ପିଛା ରହିଛି ୮୧ ଟଙ୍କା ୮୪ ପଇସା।ତୈଳ ଦରରେ ଏପରି କ୍ରମାଗତ ବୃଦ୍ଧି ସିଧାସଳଖ ଲୋକମାନଙ୍କୁ ପକେଟ ଉପରେ ପ୍ରଭାବ ପକାଉଥିବାରୁ ଉପଭୋକ୍ତା ମହଲରେ ଅସନ୍ତୋଷ ଦେଖାଦେଇଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଅଧିକ ରହିବା ଫଳରେ ଘରୋଇ ବଜାରରେ ଏବେ ତେଲ ଦର ବଢ଼ିବାରେ ଲାଗିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଏବେ ୮୫ ଟଙ୍କା ପାଖାପାଖି ପହଞ୍ଚିଛି। ସେଠାରେ ବର୍ତ୍ତମାନ ପେଟ୍ରୋଲ ଦର ଲିଟର ପିଛା ୮୪ ଟଙ୍କା ୯୫ ପଇସା ରହିଥିବା ବେଳେ ଡିଜେଲ ଦର ଲିଟର ପିଛା ୭୪ ଟଙ୍କା ୧୩ ପଇସା ରହିଛି।

LEAVE A REPLY

Please enter your comment!
Please enter your name here