ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରି ୨୬ ତାରିଖରୁ ଆରମ୍ଭ ହେବ ଆଦିବାସୀ ମେଳା। ଭୁବନେଶ୍ୱର ୟୁନିଟ ୧ ଆଦିବାସୀ ପଡ଼ିଆରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ମେଳା ଫେବ୍ରୁଆରି ୯ ତାରିଖ ଯାଏଁ ଚାଲିବ।

କୋଭିଡ କଟକଣା ଭିତରେ ଦୈନିକ ପୂର୍ବାହ୍‌ଣ ୧୧ଟାରୁ ସନ୍ଧ୍ୟା ୭ଟା ଯାଏଁ ମେଳା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ତେବେ କରୋନା ମହାମାରୀ ଯୋଗୁଁ ଏ ବର୍ଷ ମେଳାକୁ ଯିବା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ବ୍ୟବସ୍ଥା କରାଯିବ। ଏହି ରେଜିଷ୍ଟ୍ରେସନ ପ୍ରକ୍ରିୟା ଜାନୁଆରି ୨୩ରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଏହି ମେଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ଜାତି ଓ ଜନଜାତି ଶ୍ରେଣୀର ଲୋକ ଅଂଶଗ୍ରହଣ କରିବେ। ମେଳାରେ ଆଦିବାସୀ ସଂପ୍ରଦାୟର ଘର, ଚାଲିଚଳଣୀ, ଖାଦ୍ୟପେୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦେଖିବାକୁ ମିଳିବ।

୧୯୫୧ ମସିହା ଜନରାଜ୍ୟ ଦିବସରେ ତତକାଳିନ ଓଡ଼ିଶାର ରାଜଧାନୀ କଟକଠାରେ ଆଦିବାସୀ ମେଳା ପ୍ରଥମେ ଶୁଭାରମ୍ଭ ହୋଇଥିଲା। ଭୁବନେଶ୍ଵର ରାଜଧାନୀ ଭାବେ ମାନ୍ୟତା ପାଇବା ପରେ ଏଠାରେ ଆଦିବାସୀ ମେଳା ଅନୁଷ୍ଠିତ ହୋଇ ଆସୁଛି। ପୂର୍ବରୁ ଏହି ମେଳାର ଅବଧି ସପ୍ତାହେ ଥିଲା। ଜନସାଧାରଣଙ୍କ ଆଗ୍ରହକୁ ଲକ୍ଷ୍ୟକରି ମସିହାରୁ ଏହାକୁ ପନ୍ଦରଦିନକୁ ବୃଦ୍ଧି କରାଯାଇଛି।

Comment