ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରପାରିରେ ଓଲିଉଡର ବରିଷ୍ଠ ଅଭିନେତା ରବି ମିଶ୍ର।  ୬୪ ବର୍ଷ ବୟସରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ରବି ମିଶ୍ର ସୁଟିଂ କରୁଥିଲା ବେଳେ ସେଟରେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ରବି ତାଙ୍କ ଜୀବନ କାଳ ଭିତରେ ମଞ୍ଚ, ସିନେମା ଓ ଟେଲି ସିରିଏଲରେ ଅଭିନୟ କରିଥିଲେ। ଟେଲି ସିରିଏଲ ‘ଗୋପାଳ ରହସ୍ୟ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ସେ ବେଶ୍‌ ପ୍ରଶଂସା ସାଉଣ୍ଟିଥିଲେ।

ଏବେ ସିରିଏଲ ‘ହେ ପ୍ରଭୁ’ରେ ଅଭିନେତ୍ରୀ ଲପ୍ସା ମିଶ୍ରଙ୍କ ଜେଜେ ଚରିତ୍ରରେ ଅଭିନୟ କରୁଥିଲେ। ଏବେ ତାଙ୍କ ବିୟୋଗରେ ଓଲିଉଡ ଓ ଟେଲି ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି। ଓଲିଉଡର ବହୁ କଳାକାର ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି।

Comment