ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟରେ ହୋଇଥିବା ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୯ ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଲାଗି ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ସେରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାଓ୍ୱାଲା।

ଗୁରୁବାର ଦିନ ୨ଟା ବେଳେ ଇନଷ୍ଟଚ୍ୟୁଟର ଏକ ନୂଆ ପ୍ଲାଣ୍ଟରେ ନିଆଁ ଲାଗିଥିଲା। ଦମକଳ ବିଭାଗର ୧୦ଟି ଗାଡ଼ି  ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

୩୦୦ କୋଟି ବ୍ୟୟରେ ନିର୍ମିତ ଏହି ନୂଆ ପ୍ଲାଣ୍ଟରେ ନିଆଁ ଲାଗିବାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ତେବେ ଦେଶବାସୀଙ୍କୁ ଭୟଭୀତ ହେବାର କିଛି ନାହିଁ। କାରଣ କୋଭିଡ ଟିକା କୋଭିସିଲ୍ଡ ଏହି ପ୍ଲାଣ୍ଟଠାରୁ ଦେଢ଼ କିଲୋମିଟର ଦୂର ଆଉ ଏକ ପ୍ଲାଣ୍ଟରେ ପ୍ରସ୍ତୁତ ହେଉଥିଲା। ତେଣୁ ଟିକା ଏବେ ସୁରକ୍ଷିତ ଥିବା ସୂଚନା ମିଳିଛି।

ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟରେ କୋଭିଡ ଟିକା କୋଭିସିଲ୍ଡ ତିଆରି ହୋଇଛି। ଭାରତରେ ଏହା ପ୍ରଥମ ଟିକା, ଯାହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମିଳିଛି। ଦେଶରେ ପ୍ରଥମ ପର୍ଯ୍ୟାୟରେ ଏହି ଟିକା ଦେଶବ୍ୟାପି ଲୋକଙ୍କୁ ଦିଆଯାଉଛି, ଯାହାକୁ ନେଇ ଲୋକେ ଏବେ ବେଶ୍‌ ଆଶ୍ୱସ୍ଥ ଅଛନ୍ତି।

LEAVE A REPLY

Please enter your comment!
Please enter your name here