ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭା ବଜେଟ ଅଧିବେଶନରେ ପ୍ରଶ୍ନକାଳ ଅନଲାଇନରେ ହେବ। ବିଧାୟକମାନେ ଅନଲାଇନରେ ପ୍ରଶ୍ନ ପଚାରିପାରିବେ ଓ ବିଧାୟକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ମନ୍ତ୍ରୀ ସେହି ଅନଲାଇନରେ ଦେବେ। ଏଥିପାଇଁ ‘ନାଭା ଆପ’ର ବ୍ୟବହାର କରାଯିବ। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ବିଧାନସଭାକୁ ପେପରଲେସ୍‌ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି।

‘‘ଜାନୁୟାରି ୨୯ରୁ ସଂସଦ ଆରମ୍ଭ ହେଉଛି। ବିଧି ଅନୁସାରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଆବଶ୍ୟକ ପରାମର୍ଶ ଓ ଅନୁମତି ପରେ ଆରମ୍ଭ ହେବ ବିଧାନସଭା ଅଧିବେଶନ। ଏଥର ଅଧିବେଶନ ସମୟରେ କାଗଜ ବ୍ୟବହାର ନକରିବାକୁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଡିଜିଟାଇଜେସନ୍ ପ୍ରକ୍ରିୟା କରାଯାଉଛି’’, କହିଛନ୍ତି ସୂର୍ଯ୍ୟ ପାତ୍ର।

ଯେଉଁ ବିଧାୟକମାନେ ଚାହିଁବେ ସେମାନେ ଏହି ସୁବିଧା ଉପଯୋଗ କରିପାରିବେ। ତେବେ ସମସ୍ତ ବିଧାୟକଙ୍କୁ ଏହି ଅନଲାଇନ ପ୍ରଶ୍ନୋତ୍ତର ପାଇଁ ତାଲିମ ଦିଆଯିବ ବୋଲି ସେ କହିଛନ୍ତି।

Comment