ଓଡ଼ିଶାଲାଇଭ୍‌ ବ୍ୟରୋ

ଜାନୁଆରି ୨୪, ଅର୍ଥାତ ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ ହରିଦ୍ୱାରର ସୃଷ୍ଟି ଗୋସ୍ୱାମୀ ଦିନକ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ। ଉତ୍ତରାଖଣ୍ଡର ‘ବାଲ୍‌ ସଂରକ୍ଷଣ ଆୟୋଗର’ ଅଧ୍ୟକ୍ଷା ଉଷା ନେଗୀଙ୍କ ଅନୁରୋଧକ୍ରମେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାଓତ୍ୱ ଏହି ଅନୁମତି ଦେଇଛନ୍ତି।

ସୃଷ୍ଟି ତାଙ୍କର ଗୋଟିଏ ଦିନର କାର୍ଯ୍ୟକାଳ ଭିତରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିବେ। ରାଜ୍ୟର ବିଭିନ୍ନ ବିକାଶମୂଳକ ଯୋଜନାର ସମୀକ୍ଷା କରିବେ। ଏହି ଅବସରରେ ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ‘ବାଲ୍‌ ବିଧାନସଭା’ ଆୟୋଜିତ୍ ହେବ ବୋଲି ଜଣାପଡ଼ିଛି।

ସୃଷ୍ଟି ହରିଦ୍ୱାରର ଦୌଲତପୁର ନିବାସୀ। ଏବେ ସେ ବିଏସସି ଏଗ୍ରିକଲଚର ତୃତୀୟ ବର୍ଷରେ ପାଠ ପଢ଼ୁଛନ୍ତି। ଅନ୍ତର୍ଜାତୀୟ ବାଳିକା ଦିବସରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ସୃଷ୍ଟି।

ଉତ୍ତରାଖଣ୍ଡରେ ପ୍ରତି ୩ ବର୍ଷରେ ଥରେ ଏଭଳି ଭାବେ ବାଳିକାଙ୍କୁ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଥାଏ। ଏହି ପଦକ୍ଷେପ ରାଜ୍ୟରେ ବାଳିକା ସଶକ୍ତିକରଣର ବାର୍ତ୍ତା ଦେଇଥାଏ।

Comment