ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଛି। ପୋଲିସ ଓ ଚାଷୀ ମୁହାଁମହିଁ ହେବା ଯୋଗୁଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସ୍ଥିତିକୁ ଦୃଷ୍ଟିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ କଡ଼ା ସୁରକ୍ଷା ଯୋଗାଇ ଦିଆଯାଇଛି। ଏହାସହିତ ଗୃହମନ୍ତ୍ରୀ, ଉପରାଜ୍ୟପାଳଙ୍କ ବାସଭବନ ମଧ୍ୟ କଡ଼ା ସୁରକ୍ଷାରେ ରହିଛି।

ଅନ୍ୟପଟେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏନସିଆରରେ ଇଣ୍ଟରନେଟ ବନ୍ଦ କରାଯାଇଛି। ଜାମା ମସଜିଦ ମେଟ୍ରୋ ଷ୍ଟେସନରେ ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ ରହିଛି। ସେହିପରି ଦିଲସାଦ ଗାର୍ଡେନ, ଝିଲମିଲ ଓ ମାନସସରୋବର ପାର୍କର ପ୍ରବେଶ ଓ ପ୍ରସ୍ଥାନ ପଥକୁ ବନ୍ଦ କରିଦିଆଯାଇଛି।

ଗୃହମନ୍ତ୍ରୀ ଅମିତ ଶାହ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀରେ ଏହି ହିଂସା ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ହିଂସାରେ କୌଣସି ସମାଧାନ ହୁଏନି। ଆଘାତ ଯାହାକୁ ବି ଲାଗୁ, ଦେଶର ହିଁ କ୍ଷତି ହେବ। ଦେଶର ହିତ ପାଇଁ କୃଷି ଆଇନକୁ ପ୍ରତ୍ୟାହାର କରାଯାଉ ବୋଲି ରାହୁଲ ଟୁଇଟ କରି କହିଛନ୍ତି।

Comment