ଓଡ଼ିଶାଲାଇଭ୍‌ ବ୍ୟରୋ

  • ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ
  • ଚାଷୀଙ୍କ ଟ୍ରାକ୍ଟର ରାଲି ନେଲା ଉଗ୍ରରୂପ
  • ୩୦୦ ପୋଲିସ କର୍ମୀ ଆହତ

ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଏହି ଘଟଣାରେ ପ୍ରାୟ ୩୦୦ ପୋଲିସ କର୍ମଚାରୀ ଆହତ ହୋଇଥିବା ପଡ଼ିଛି। ଏହାସହିତ ଦିଲ୍ଲୀ ପୋଲିସ ଏବେ ପର୍ଯ୍ୟନ୍ତ ୧୫ଟି ମାମଲା ରୁଜୁ କରିଛି। ସହରରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରାର ଯାଞ୍ଚ କରାଯାଉଛି। ସିସିଟିଭି ଫୁଟେଜରୁ ପୋଲିସ ବିକ୍ଷୋଭକାରୀଙ୍କ ଧରିବାକୁ ପ୍ରୟାସ ଜାରି ରଖିଛି।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଆଜି ଲାଲକିଲ୍ଲା ଯାଇଛନ୍ତି। ଲାଲକିଲ୍ଲାରେ ପହଞ୍ଚି ସେ କ୍ଷୟକ୍ଷତିର  ସମୀକ୍ଷା କରିଛନ୍ତି। ଗତକାଲି ଏଠାରେ ଚାଷୀମାନେ ପଶି ଲାଲକିଲ୍ଲାରେ ପତାକା  ଉଡ଼ାଇବା ସହିତ ବ୍ୟାପକ ଭଙ୍ଗାରୁଜା କରିଥିଲେ।

କୃଷି ଆଇନ ବିରୋଧରେ ଗତ ୨ ମାସ ହେଲା ଆନ୍ଦୋଳନରେ ବସିଥିବା ଚାଷୀ ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ରାଲି କରିଥିଲେ। ଟ୍ରାକ୍ଟର ରାଲି ସମୟରେ ନିୟମ ଭାଙ୍ଗି ଥିବାରୁ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଷୀମାନେ ଗତ ୬୦ ଦିନ ହେଲା ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି। ସରକାର ଓ ଚାଷୀଙ୍କ ଭିତରେ ବାରମ୍ବାର ବୈଠକ ହେବା ପରେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରିନାହିଁ।

Comment