ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ଜାତୀୟସ୍ତରୀୟ ପରେଡରେ ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ସାଜିଥିଲା ଉତ୍ତରପ୍ରଦେଶର ରାମ ମନ୍ଦିର ମେଢ। ଏହି ପ୍ରଜ୍ଞାପନ ମେଢ ପ୍ରତିଯୋଗିତାରେ ବାଜି ମାରି ନେଇଛି ରାମ ମନ୍ଦିର ମେଢ। ଏହି ମେଢ ପ୍ରଥମ ସ୍ଥାନ ଅଧିକାର କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ମେଢ ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପୁରସ୍କୃତ କରିବେ। ଗତବର୍ଷ ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢ ଦ୍ୱିତୀୟ ସ୍ଥାନରେ ରହିଥିଲା।

ଚଳିତ ବର୍ଷ ରାମ ମନ୍ଦିର ମେଢ ତିଆରି କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ। ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ମାତ୍ର ୨୦ ଦିନ ଭିତରେ ଏହି ମେଢ ପ୍ରସ୍ତୁତ ହୋଇଥିଲା। ଦିଲ୍ଲୀରେ ରିହର୍ସଲରେ ଭାଗ ନେବା ଦିନରୁ ହିଁ ମେଢକୁ ନେଇ ଚର୍ଚ୍ଚା ବଢ଼ିଥିଲା।

ଚଳିତ ବର୍ଷ ୧୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ ବିଭିନ୍ନ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ କରାଯାଇଥିଲା। ନୂଆ ଭାବେ ଲଦାଖର ପ୍ରଜ୍ଞାପନ ମେଢ ଦେଖିବାକୁ ପାଇଥିଲେ ଦର୍ଶକ।

LEAVE A REPLY

Please enter your comment!
Please enter your name here