ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୨୯ ତାରିଖରୁ ସଂସଦରେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହି ଅଧିବେଶନ ଫେବ୍ରୁଆରି ୧୫ ଯାଏଁ ଚାଲିବ। ଏହି ଅଧିବେଶନରେ ରାଜ୍ୟସଭା କାର୍ଯ୍ୟ ପୂର୍ବାହ୍‌ଣ ୯ଟାରୁ ଆରମ୍ଭ ହୋଇ ଅପରାହ୍‌ଣ ୩ଟା ଯାଏଁ ଚାଲିବ। ସେହିପରି ଲୋକସଭା କାର୍ଯ୍ୟ ଅପରାହ୍‌ଣ ୪ଟାରୁ ରାତି ୯ଟା ଯାଏଁ ଚାଲିବ।

ପ୍ରଥମ ଦିନ ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନରେ ନିଜର ବକ୍ତବ୍ୟ ରଖିବେ। ଏହାପରେ ଫେବ୍ରୁଆରି ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ।

କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚଳିତ ବର୍ଷରୁ ଇ-ବଜେଟ୍ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ, ଭାରତୀୟ ସଂସଦ ଇତିହାସରେ ପ୍ରଥମ ଥର ଅର୍ଥମନ୍ତ୍ରୀ ବଜେଟ୍ ବହି ବିନା ଡିଜିଟାଲ୍ ମାଧ୍ୟମ ଜରିଆରେ ବଜେଟ୍ ଉପସ୍ଥାପନ କରିବେ।

କରୋନା ମହାମାରୀ ସମୟରେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦୃଷ୍ଟିରୁ ଏହି ବଜେଟ ଅଧିବେଶନ କେନ୍ଦ୍ର ପାଇଁ ବେଶ୍‌ ଚାଲେଞ୍ଜ ପୂର୍ଣ୍ଣ ରହିବ ବୋଲି କୁହାଯାଉଛି।

ପୁଣି ମାର୍ଚ୍ଚ ୮ରୁ ଏପ୍ରିଲ ୮ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ବସିବ।

Comment