ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଯୋଗୁଁ ଅଳ୍ପ କର୍ମଚାରୀରେ ଚାଲିଥିବା ଓଡ଼ିଶା ହାଇକୋର୍ଟ ଏବେ ପୂର୍ଣ୍ଣକ୍ଷମ ହେବ। ଫେବ୍ରୁଆରି ପହିଲାରୁ ଶତ ପ୍ରତିଶତ କର୍ମଚାରୀ କୋର୍ଟ ଆସିବେ।

କୋଭିଡ ଆସିବା ପରଠାରୁ ଏପର୍ଯ୍ୟନ୍ତ କୋର୍ଟରେ ପୂରା କାର୍ଯ୍ୟ ସମ୍ପାଦନ ସମ୍ଭବ ନଥିଲା। ବର୍ତ୍ତମାନ କରୋନା ସ୍ଥିତି ବଦଳିଥିବାରୁ ସମସ୍ତ କର୍ମଚାରୀ କୋର୍ଟ ଆସିବେ ବୋଲି  ବିଜ୍ଞପ୍ତି ପ୍ରକାଶ ପାଇଛି।

ପୂର୍ବରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ବାଦୀ, ପ୍ରତିବାଦୀ ଓ ସେମାନଙ୍କ ଓକିଲ ଭିଡ଼ିଓ କନଫେରେନ୍ସ ଜରିଆରେ ସେମାନଙ୍କ ମାମଲା ଲଢ଼ିପାରିବେ। ଏହା ଜାନୁଆରି ୩୧ ପର୍ଯ୍ୟନ୍ତ ଚାଲିଥିଲା। ତେବେ ଫେବ୍ରୁଆରି ପହିଲାରୁ କରୋନା ପୂର୍ବରୁ ଯେମିତି କୋର୍ଟ ବସୁଥିଲା ତାହା ବସିବ କି ଭିଡ଼ିଓ ଜରିଆରେ କୋର୍ଟ ଚାଲିବ ସେକଥା ସ୍ପଷ୍ଟ ଜଣାପଡିନାହିଁ।

Comment