ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ଅଥର୍ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଏଥର ପ୍ରଥମଥର ପାଇଁ ସଂସଦରେ ପେପରଲେସ୍‌ ବଜେଟ ଉପସ୍ଥାପନ କରାଯିବ।

କରୋନା ମହାମାରୀ କାଳରେ ଏହା ପ୍ରଥମ ବଜେଟ ହୋଇଥିବାରୁ ଅନେକ ରିହାତି ମିଳିପାରେ ବୋଲି କୁହାଯାଉଛି। ଏଥିପାଇଁ ମଧ୍ୟବିତ୍ତ ବର୍ଗ, ଓ ନିମ୍ପ ବେତନଭୋଗୀମାନେ ଆଶା ବାନ୍ଧି ବସିଛନ୍ତି। ସେହିପରି ବ୍ୟକ୍ତିଗତ ଆୟକର ହାରରେ ରିହାତି ନେଇ ସମସ୍ତେ  ଆଶାବାଦୀ ଅଛନ୍ତି।

ମହାମାରୀ କାଳରେ ଅନେକ ଜୀବିକା ହରାଇ ବସିଥିବାରୁ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ନେଇ କିଛି ନୂଆ ଯୋଜନା ଘୋଷଣା ହେବାର ସମ୍ଭାବନା ରହିଛି। ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷାଓ ଗ୍ରାମୀଣ ବିକାଶ ପାଇଁ ବ୍ୟୟବରଦା ବଢ଼ିବାର ସମ୍ଭାବନା ରହିଛି।

Comment