ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୧୮ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ। ତେବେ ଏଥର ଅଧିବେଶନରେ ପ୍ରଶ୍ନକାଳ ରହିବ। ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

କୋଭିଡ କାଳରେ ପୂର୍ବରୁ ବିଧାନସଭା ମୌସୁମୀ ଅଧିବେଶନ, ଶୀତ ଅଧିବେଶନ ବସିଥିଲା। ହେଲେ ସେହିସବୁ ଅଧିବେଶନରେ ପ୍ରଶ୍ନକାଳ ରଖାଯାଇନଥିଲା।

ଏଥର ଅଧିବେଶନରେ ୩୧ ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନିଜର ଅଭିଭାଷଣ ରଖିବେ। ଏହାପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୨ରେ ବଜେଟ ଉପସ୍ଥାପନ କରିବେ।

ବିଧାନସଭାରେ କୋଭିଡ କଟକଣା ରହିବ, କିନ୍ତୁ କିଛି ନିୟମ କୋହଳ ହେବ ବୋଲି କହିଛନ୍ତି ବାଚସ୍ପତି।  ସୂଚନା ଅନୁଯାୟୀ ଏଥର ବିଧାନସଭା ଯିବା ପୂର୍ବରୁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯିବ ନାହିଁ। ଯେଉଁ ବିଧାୟକମାନଙ୍କ ଲକ୍ଷଣ ଦେଖାଯିବ ସେମାନଙ୍କର ଆଣ୍ଟିଜେନ ଟେଷ୍ଟ ହେବ। ବିଧାୟକ କିମ୍ବା ମନ୍ତ୍ରୀ ଚାହିଁଲେ ଭିଡିଓ କନଫରେନ୍ସିଂରେ  ନିଜ ଅଫିସରୁ ଉପସ୍ଥିତ ରହିବେ।

Comment