ଓଡ଼ିଶାଲାଇଭ୍ ବ୍ୟୁରୋ
ମାଟ୍ରିକ ପରୀକ୍ଷା ପାଇଁ ବଢ଼ିଲା ଫର୍ମପୂରଣ ଅବଧି। ଏବେ ଫେବ୍ରୁଆରି ୧୦ ତାରିଖ ମଧ୍ୟରାତ୍ର ଯାଏଁ ଦଶମ ଶ୍ରେଣୀ ପିଲାମାନେ ଫର୍ମପୂରଣ କରିପାରିବେ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ଫେବ୍ରୁଆରି ୨ ଯାଏଁ ଫର୍ମପୂରଣ ଅବଧି ଥିଲା।
ଗତ ଜାନୁଆରି ୮ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି। ଦୀର୍ଘ ୧୦ ମାସ ପରେ ପିଲା ସ୍କୁଲ ଯାଇ ଶ୍ରେଣୀଗୃହରେ ପାଠ ପଢ଼ୁଛନ୍ତି। ଏମିତିକି ରବିବାର ମଧ୍ୟ ସେମାନଙ୍କର କ୍ଲାସ୍ ହେଉଛି।
ଅନ୍ୟପଟେ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଜାନୁଆରି ୮ ତାରିଖରୁ ଏପ୍ରିଲ୍ ୨୬ ତାରିଖ ପର୍ଯ୍ୟନ୍ତ କ୍ଲାସ ହେବ। ଏପ୍ରିଲ ୨୭ ତାରିଖରୁ ମେ ୨ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ହେବ। ଏହାପରେ ମେ ୩ରୁ ୧୫ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କରାଯିବ।