ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୦୧୯-୨୦ରେ ନବମ ପଢୁଥିବା ସବୁ ପିଲା ଦେବେ ମାଟ୍ରିକ ପରୀକ୍ଷା
  • ୨୦୧୯-୨୦ରେ ଏକାଦଶରେ ପଢୁଥିବା ସବୁ ପିଲା ଦେବେ ଦ୍ଵାଦଶ ପରୀକ୍ଷା

୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ଚଳିତ ବର୍ଷ ମେ’ ମାସରେ ହେବାକୁ ଥିବା ମେଟ୍ରିକ ପରୀକ୍ଷା ଦେଇପାରିବେ। ସେହିପରି ସମାନ ବ୍ୟବସ୍ଥା ଯୁକ୍ତଦୁଇ ପ୍ରଥମ ବର୍ଷ ପିଲାଙ୍କ ପାଇଁ ବି ଲାଗୁ ହେବ। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। କେବଳ ଓଡ଼ିଆ ମାଧ୍ୟମରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ହିଁ ଏହା ପ୍ରଯୁଜ୍ୟ ହେବ।ଦୀର୍ଘ ୧୦ ମାସ ଧରି ବନ୍ଦ ରହିବା ପରେ ସରକାରଙ୍କ ସମସ୍ତ କୋଭିଡ ଗାଇଡଲାଇନକୁ ମାନି ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିଛି। ଆସନ୍ତା ମେ’ ମାସରେ ଦଶମ ଶ୍ରେଣୀ ପରୀକ୍ଷା କରାଯିବା ନିମନ୍ତେ ସମୟ ମଧ୍ୟ ଧାର୍ଯ୍ୟ କରାଯାଇଛି। ଛାତ୍ରଛାତ୍ରୀଙ୍କ ମାନସିକ ଚାପ ଓ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।  ଦରକାର ପଡ଼ିଲେ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁସାରେ ସେମାନଙ୍କୁ ବିଦ୍ୟାଳୟ ସ୍ତରରେ ସ୍ୱତନ୍ତ୍ର କ୍ଲାସ ମଧ୍ୟ ଦିଆଯିବ।

ରାଜ୍ୟର କିଛି ସ୍କୁଲର ନବମ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ମାର୍କ ରଖି ନଥିବାରୁ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ଦଶମ ପରୀକ୍ଷା ଦେବାକୁ ଅନୁମତି ଦେଇ ନଥିଲେ। ଫଳରେ ସେମାନଙ୍କ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରି ଧାରଣାରେ ମଧ୍ୟ ବସିଥିଲେ। ରାଜ୍ୟର ସରକାରୀ ବିଦ୍ୟାଳୟମାନଙ୍କରେ ଏଭଳି ସ୍ଥିତି ଉପୁଜିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Comment