ଓଡ଼ିଶାଲାଇଭ୍ ବ୍ୟୁରୋ

ସିବିଏସ୍ଇ ଏକ୍ସ-ରେଗୁଲାର୍ ପ୍ରାର୍ଥୀଙ୍କ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ପଞ୍ଜୀକରଣ ଶେଷ ତାରିଖ ବୃଦ୍ଧି ପାଇଛି। ଯେଉଁମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି ସେମାନେ cbse.gov.in ରେ ଆବେଦନ କରିପାରିବେ। ସିବିଏସ୍ଇର ସରକାରୀ ବିଜ୍ଞପ୍ତି ଅନୁଯାୟୀ, ପୂର୍ବରୁ ପଞ୍ଜୀକରଣ ପ୍ରକ୍ରିୟା ଫେବ୍ରୁଆରି ୨୨ରେ ଶେଷ ହେବାକୁ ଥିଲା ଯାହା ବର୍ତ୍ତମାନ ଫେବ୍ରୁଆରି ୨୫ରେ ଶେଷ ହେବ। ମେ ୪ରୁ ଜୁନ ୧୦ ପର୍ଯ୍ୟନ୍ତ ଚାଲିବ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା। ଦୁଇଟି ସିପ୍ଟରେ ହେବ ଦ୍ୱାଦଶ ପରୀକ୍ଷା। ଜୁନ ୭ରେ ଦଶମ ବୋର୍ଡ଼ ପରୀକ୍ଷା ସରିବାକୁ ଥିବାବେଳେ, ଜୁନ ୧୦ରେ ସରିବ ଦ୍ୱାଦଶ ପରୀକ୍ଷା। ୨୦୨୦ ବର୍ଷରେ ପରୀକ୍ଷା ସୂଚୀ ୪୫ଦିନର ଥିବାବେଳେ, ୨୦୨୧ବର୍ଷରେ ଏହି ସୂଚୀକୁ ୩୯ ଦିନ କରାଯାଇଛି।

କରୋନା ମହାମାରୀ ପାଇଁ ଚଳିତ ବର୍ଷ ସିଲାବସ୍‌କୁ ୩୦ପ୍ରତିଶତ କମ କରାଯାଇଛି । ଜୁଲାଇ ୧୫ ସୁଦ୍ଧା ପରୀକ୍ଷା ଫଳାଫଳ ଘୋଷଣା କରାଯିବ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ପୂର୍ବରୁ ସୂଚନା ଦେଇଛନ୍ତି। ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ଦକ୍ଷତା ଭିତ୍ତିକ ପ୍ରଶ୍ନ ସଂଖ୍ୟା ପ୍ରତିବର୍ଷ ୧୦% ବୃଦ୍ଧି ପାଇବ ବୋଲି ଶିକ୍ଷା ମନ୍ତ୍ରଣାଳୟର ସରକାରୀ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

Comment