ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଟିଆକୁ ନେଇ ଦୀର୍ଘଦିନରୁ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଛି। ବିବାଦ ମଧ୍ୟରେ ସବୁ ସୀମା ପାର କରି ଆଜି ଆନ୍ଧ୍ର ପ୍ରଦେଶ କୋଟିଆରେ ପଞ୍ଚାୟତ ନିର୍ବାଚନ କରୁଛି। ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡିକୁ ଟାର୍ଗେଟ କରିଛନ୍ତି। ବିଜେଡି ସରକାର ପାଇଁ ଏହା ଲଜ୍ଜା ବୋଲି କହିଛନ୍ତି ନିରଞ୍ଜନ।

‘‘୨୦ ବର୍ଷ ଶାସନ ପରେ ବି କୋଟିଆରେ ବିଜେଡି ସରକାର ସର୍ବନିମ୍ନ ସୁବଧା ଯୋଗାଇ ଦେବାରେ ବିଫଳ ହୋଇଛି। ତେଣୁ କିଛି ଲୋକ ଆନ୍ଧ୍ରକୁ ପସନ୍ଦ କରୁଛନ୍ତି। ସେମାନେ ଆନ୍ଧ୍ରକୁ ଭୋଟ ଦେଉଛନ୍ତି। ଆନ୍ଧ୍ରକୁ ରୋକିବା ପାଇଁ ବିଜେଡିକୁ ଦୃଢ଼ ଜବାବ ଦେବାକୁ ପଡ଼ିବ’’, କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

ଅନ୍ୟପଟେ କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ବିବାଦ ମାମଲା ଏବେ ସୁପ୍ରିମକୋର୍ଟରେ ରହିଛି। ଏହାସତ୍ତ୍ୱେ ବି କୋଟିଆର ପଟୁସିନେରି ପଞ୍ଚାୟତରେ ଆନ୍ଧ୍ର ମତଦାନ କରାଉଛି। କେବଳ କୋରାପୁଟ ଜିଲ୍ଲା ନୁହେଁ, ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାର କେତେକ ପଞ୍ଚାୟତରେ ମଧ୍ୟ ଆଜି ଆନ୍ଧ୍ର ନିର୍ବାଚନ କରାଉଛି।

Comment