ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ଏପ୍ରିଲ ୨ତାରିଖରେ ନୟାଗଡ଼ବାସୀ ଏକ ନୂଆ ବସ ଷ୍ଟାଣ୍ଡ ପାଇବେ। ଏନେଇ ପୂର୍ତ୍ତ ବିଭାଗର ଯନ୍ତ୍ରୀ କିଶୋର ଶତପଥୀ ସୂଚନା ଦେଇଛନ୍ତି। ଶୁକ୍ରବାର ଦିନ ଅନୁଷ୍ଠିତ ଏକ ବୈଠକରେ ଏହି ତାରିଖ ସ୍ଥିର କରାଯାଇଥିଲା। କୃଷିମନ୍ତ୍ରୀ ଓ ନୟାଗଡ଼ ବିଧାୟକ ଅରୁଣ ସାହୁ, ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ ଓ ମ୍ୟୁନିସିପାଲିଟି ଅଫିସର ସନ୍ତୋଷ କୁମାର ଜେନା ଏହି ବୈଠକରେ ଉପସ୍ଥିତ ଥିଲେ।

ଅଳ୍ପ କିଛି ବକେୟା କାମକୁ ଛାଡ଼ି ବସ ଷ୍ଟାଣ୍ଡର ଅଧିକାଂଶ କାମ ଶେଷ ହୋଇଛି। ନୂଆ ବସ ଷ୍ଟାଣ୍ଡ ହେବା ପରେ ପୁରୁଣା ବସ ଷ୍ଟାଣ୍ଡ ଅଞ୍ଚଳରେ ଯେଉଁ ଟ୍ରାଫିକ ଜାମ ହେଉଥିଲା ତାହା ଆଉ ହେବ ନାହିଁ। ତା’ଛଡ଼ା ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ବସ ଷ୍ଟାଣ୍ଡ ପରିସରରେ କିଛି ଦୋକାନ ବି ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Comment