ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତର ପ୍ରଭାବ ଧୀରେ ଧୀରେ କମୁଥିବା ବେଳେ ଆଜିଠାରୁ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ମଙ୍ଗଳବାରଠାରୁ ଶୁକ୍ରବାର ୪ଦିନ ଯାଏଁ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

ସେହିପରି ଫେବ୍ରୁଆରି ୧୭ ଏବଂ ୧୮ ତାରିଖରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହୋଇପାରେ। ଏନେଇ ୧୦ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲାଗୁଡ଼ିକ ହେଉଛି, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବୌଦ୍ଧ, ସମ୍ଵଲପୁର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ଵର।ଅନ୍ୟପଟେ ରାଜ୍ୟରେ ଏବେ ଭୀଷଣ ଗ୍ରୀଷ୍ମ ପ୍ରଭାବ ଅନୁଭୂତ ଆରମ୍ଭ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ଦିନରେ ରାଜ୍ୟର ୪ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ଉପରେ ରହିଛି। ସେଥିମଧ୍ୟରୁ ରାଜଧାନୀ ଭୁବନେଶ୍ଵରରୁ ସର୍ବାଧିକ ୩୫.୬ ଡିଗ୍ରୀ  ସେଲ୍‌ସିୟସ୍ ରେକର୍ଡ ହୋଇଥିବା ବେଳେ କଟକରୁ ୩୪.୪ ଡିଗ୍ରୀ, ନୟାଗଡ଼ରୁ ୩୪.୪ ଡିଗ୍ରୀ ଏବଂ ଅନୁଗୁଳରୁ ୩୪.୧ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ରେକର୍ଡ ହୋଇଛି।

Comment