ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୧୮ ଅର୍ଥାତ ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣଠାରୁ ଗୃହକାର୍ଯ୍ୟ ଆରମ୍ଭ ହେବ। ଏହାପରେ ଫେବ୍ରୁଆରି ୨୨ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ।

ତେବେ ଏଥର ଅଧିବେଶନ ଆରମ୍ଭରୁ ହିଁ ସରଗରମ ହେବ ବୋଲି କୁହାଯାଉଛି। କାରଣ ଏଥର ବିରୋଧୀଙ୍କ ହାତରେ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ଢେର ପ୍ରସଙ୍ଗ ରହିଛି।

କୋଟିଆ,ପରୀ, ଝରାଫୁଲ, ମାହାଙ୍ଗା ନେତାଙ୍କୁ ହତ୍ୟା, କୃଷକ, କଟାମୁଣ୍ଡ ଘଟଣା, ପାଠକ ବାପା, ପୁଅ, ପ୍ରଦୀପ ପାଣିଗ୍ରାହୀ ଆଦି ପ୍ରସଙ୍ଗରେ କମ୍ପିବ ଗୃହ। ଏହାକୁ ଛାଡ଼ିଦେଲେ ‘କାଳିଆ’ ଓ ବେକାରୀ ସମସ୍ୟା ଭଳି ପ୍ରସଙ୍ଗ ବିରୋଧୀ ଦଳଙ୍କ ପାଖରେ ରହିଛି।

ସେହିପରି ବିବାଦୀୟ ବାଇ ଲ’, ତୈଳ ଦର ବୃଦ୍ଧି, କୃଷି ଆଇନକୁ ନେଇ ଶାସକ ଦଳ ବିଜେଡି ବିରୋଧୀ ଦଳ ବିଜେପି ଉପରେ ବର୍ଷିବ।

ଅନ୍ୟପଟେ ଦୁଇଟି ପର୍ଯ୍ୟାୟରେ ଅଧିବେଶନ ବସିବ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବ୍ରୁଆରି ୧୮ରୁ ୨୭ ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୨ରୁ ଏପ୍ରିଲ ୯ ଯାଏଁ ଚାଲିବ। ମାର୍ଚ୍ଚ ୩୧ରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଲ୍‌।

Comment